ଦୁଇଦିନିଆ କୁଏତ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : କୁଏତ ର ଶେକ ସବାହ ଅଲ ଅହମଦ ଅଲ-ଜାବେର ଙ୍କ ବିୟୋଗରେ ଭାରତର ଶୋକ ସନ୍ଦେଶ ଦେବା ପାଇଁ ଅକ୍ଟୋବେର ୧୧ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ କୁଏତ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇଛନ୍ତି | ଭାରତର ମହାମହିମ ରାଷ୍ଟପତି ଓ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଶୋକ ସନ୍ଦେଶ ପତ୍ରକୁ କୁଏତ ର ନୂଆ ସମ୍ରାଟ ଶେକ ନବାଫ ସେକ ସବାହ ଅଲ – ଅହମଦ ଅଲ-ଜାବେର ଅଲ ସବାହ ଙ୍କୁ ପ୍ରଦାନ କରିବେ ଶ୍ରୀ ପ୍ରଧାନ | କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଭିନ୍ନ ବୈଠକ ରେ ଯୋଗ ଦେବା ସହ କୁଏତ ରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡିଶା ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି | ଏହି ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଆଜି କୁଏତ ର ନୂଆ ସମ୍ରାଟ ଶେକ ନବାଫ ଅଲ – ଅହମଦ ଅଲ-ଜାବେର ଅଲ ସବାହ ଓ କୁଏତ ର ତୈଳ ମନ୍ତ୍ରୀ ଡ଼.ଖାଲୀଦ-ଅଲି ଅହମ୍ମଦ ଅଲ-ଫାଦେଲ ସହ ନିର୍ଧାରିତ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |