ଦୁଇଦିନିଆ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ଆଥେଲେଟିକ୍ ଏସୋସିଏସନ ଏବଂ ଛତ୍ରପୁର ଉପଖଣ୍ଡସ୍ତରୀୟ ଆଥେଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଦୁଇଦିନିଆ ଖେଳକୁଦ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହୋଇଥିଲ।। ଆଜି ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ କ୍ରିଡା ପତାକା ଉତ୍ତୋଳନ କରିବାସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଗଂଜାମ ଜିଲ୍ଲା ଆଥେଲେଟିକ ଏସୋସିଏସନର ସଂପାଦକ ଅଶୋକ କୁମାର ସାହୁ, ସହ-ସଂପାଦକ ଏସ.କେ. ପଟ୍ଟନାୟକ, ଛତ୍ରପୁର ଉପଖଣ୍ଡସ୍ତରୀୟ ଆଥେଲେଟିକ ଏସୋସିଏସନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ଓ ସୂବର୍ଣ୍ଣମାଳା ବିଷୋୟୀ, ସାଧାରଣ ସଂପାଦକ ନବୀନ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବିଷୋୟୀ, କ୍ରିଡାବିତ୍ ଅଜୟ କୁମାର ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ବେହେରା, ଛତ୍ରପୁର ଆଥେଲେଟିକ ଏସୋସିଏସନର ମ୍ୟାନଜର ସରୋଜ କୁମାର ପାଢିଙ୍କ ସମେତ ବହୁ କ୍ରୀଡାବିତ୍ ମାନେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ୧୪ରୁ ୧୮ବର୍ଷ ଯୁବକ ,ଯୁବତୀ ମାନେ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଭାଗନେଇଥିଲେ । ସମସ୍ତକାର୍ଯ୍ୟକ୍ରମକୁ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଆଥେଲେଟିକ ଏସୋସିଏସନର ସମସ୍ତ ସଭ୍ୟ, ସଭ୍ୟା ମାନେ ପରିଚାଳନା କରିଥିଲେ ।