ଦୁଇଦିନିଆ ସିପିଆଇ ସମ୍ମିଳନୀ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଦୁଇଦିନିଆ ଜିଲା ସମ୍ମିଳନୀ ରବିବାର ଦିନ ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଦ୍ୱିତୀୟ ଦିବସର ପ୍ରତିନିଧି ଅଧିବେଶନରେ ଦରଦାମ ଓ ବେକାରୀ ବୃଦ୍ଧି ବିରୋଧରେ ଲଗାତର ସଂଗ୍ରାମ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦ୍ୟୁତ୍ ସେବା ଯୋଗାଇବାରେ ଟାଟା କମ୍ପାନୀର ଚରମ ବିଫଳତା, ବାଲେଶ୍ୱରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପରେ ବି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, କୋଷ୍ଟ୍ କେନାଲ୍‌ର ପୁନଃଉଦ୍ଧାର କାର୍ଯ୍ୟ, ବୁଢ଼ାବଳଙ୍ଗ ନଦୀରେ ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ, ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ମଞ୍ଜୁରୀପ୍ରାନ୍ତ ନର୍ସିଂ କଲେଜ୍ ଓ ଆୟୁଷ ହସପିଟାଲ୍‌ର ନିର୍ମାଣ ପାଇଁ ଏହି ସମ୍ମିଳନୀରେ ଦାବି କରାଯାଇଛି । ଏଥି ସହିତ ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ସହାୟତା ରାଶି ଓ ବିହନ, ସାର ପ୍ରଭୃତି ତୁରନ୍ତ ପ୍ରଦାନ ପାଇଁ ଦାବି କରାଯାଇଛି । ଏହା ବ୍ୟତୀତ ସରକାର ତଥା ପ୍ରଶାସନିକ ବିଫଳତା ବିରୋଧରେ ଏବଂ ସାମୂହିକ ଦାବିରେ ବର୍ଷତମାମ ପଞ୍ଚାୟତସ୍ତରରୁ ଜିଲା ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ପାଇଁ ସମ୍ମିଳନୀରେ ଖସଡ଼ା ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଅଞ୍ଚଳ କମିଟି ପକ୍ଷରୁ ରାଜନୈତିକ ଓ ସାଂଗଠନିକ ଚିଠା ପ୍ରସ୍ତାବ ଉପରେ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ସମସ୍ତ ଅଧିବେଶନରେ କୈଳାସ ଚନ୍ଦ୍ର ପଣ୍ଡା, ଅନାମ ପ୍ରସାଦ ବାରିକ ଓ ପ୍ରଭାବତୀ ଦାସ ସଭାପତି ମଣ୍ଡଳୀ ଅଧ୍ୟକ୍ଷତା କରିଥିଲେ ।ଏହି ଅବସରରେ ଦଳର ଜିଲ୍ଲା ପରିଷଦକୁ ୩୧ଜଣଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ଜିଲା ସଂପାଦକ ନିରଞ୍ଜନ ବାରିକ, ସହ-ସଂପାଦକ ଭାଗବତ ପ୍ରତିହାରୀ ଓ ଅନାମ ପ୍ରସାଦ ବାରିକଙ୍କ ସମେତ କାର୍ଯ୍ୟକାରୀ କମିଟିକୁ ମାୟାଧର ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ମାନସ ମହାପାତ୍ର, ମନୋରଞ୍ଜନ ରାଉତ, ପ୍ରଭାବତୀ ଦାସ, ପୁରସ୍ତମ ସେଠୀ, କୈଳାସ ଚନ୍ଦ୍ର ପଣ୍ଡା ଓ ଜତିନ୍ ପାତ୍ରଙ୍କୁ ନିର୍ବାଚିତ କରାଯାଇଛି । ପୁରୀ ସହରରେ ଆସନ୍ତା ସେପ୍ଟେମ୍ବର ୯ରୁ ୧୧ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ରାଜ୍ୟ ସମ୍ମିଳନୀକୁ ପ୍ରତିନିଧି ମନୋନୀତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ