ଦୁଇଦିନ ପୂର୍ବରୁ ବୁଥ୍‌କୁ ପଠାଇବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତେ ପୁଲିଂ ପାର୍ଟିର ନିଯୁକ୍ତି ପତ୍ରରେ ସୂଚୀତ ତାରିଖ ଗୁଡ଼ିକ ଦେଖିବା ପରେ ପୁଲିଂ ପାର୍ଟିମାନେ ଆଶ୍ଚର୍ଯ୍ୟାନ୍ୱିତ ହେବା ସହିତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବ ଅଭିଜ୍ଞତା ଅନୁଯାୟୀ ଯେଉଁଦିନ ନିର୍ବାଚନ କାର୍ଯ୍ୟ ପାଇଁ କର୍ମଚାରୀମାନେ ଯୋଗ ଦେଇଥାଆନ୍ତି, ସେହିଦିନ ବ୍ଲକ ଠାରୁ ସମସ୍ତ ଜିନିଷପତ୍ର ତନଖି କରି ବୁଥ୍‌କୁ ଯିବାବେଳକୁ ପ୍ରାୟ ରାତି ହୋଇଯାଇଥାଏ । ପୁଲିଂବୁଥ୍ ନିହାତି ଅଜଣା ସ୍ଥାନ ହୋଇଥିବାରୁ ପୁଲିଂପାର୍ଟିମାନଙ୍କୁ ପ୍ରଥମେ ନିର୍ବାଚନ ସମ୍ବନ୍ଧୀୟ ଜିନିଷପତ୍ର ସୁରକ୍ଷିତ ରଖିବା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଓ ବିଶ୍ରାମ ନେବାର ବ୍ୟବସ୍ଥା କରିଥାଆନ୍ତି । ପରଦିନ ନିର୍ବାଚନ ସମ୍ବନ୍ଧୀୟ ପ୍ରାକ୍ କାଗଜପତ୍ର ପ୍ରସ୍ତୁତି, ବୁଥ୍ ସଜ୍ଜିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତି ଓ ତା ପରଦିନ ଭୋର ସମୟରେ ଉଠି ନିର୍ବାଚନର ଚୂଡ଼ାନ୍ତ ପ୍ରସ୍ତୁତି କରି ଭୋଟଗ୍ରହଣ କରନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅତ୍ୟନ୍ତ ସ୍ପର୍ଶକାତର ଓ କଷ୍ଟକର ସମସ୍ୟାଗୁଡ଼ିକ ସାମ୍ନାକୁ ଆଣିଥାଏ । ଯଦି ତରବରିଆଭାବେ ଚାପଗ୍ରସ୍ତ ହୋଇ କୌଣସି କାର୍ଯ୍ୟ କରାଯାଏ ତେବେ ବିଭିନ୍ନ ସମସ୍ୟା ଉପୁଜିବାର ଆଶଙ୍କା ମଧ୍ୟ ରହିଛି । ପୂର୍ବରୁ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ରିପୋର୍ଟିଂ ତାରିଖ ଠାରୁ ନିର୍ବର୍ର୍ାଚନ ଦିନକୁ ମିଶାଇ ପୁଲିଂ ପାର୍ଟିମାନଙ୍କୁ ୩ ଦିନ ଦିଆଯାଉଥିବା ବେଳେ ଚଳିତ ନିର୍ବାଚନରେ ଏହାର ବ୍ୟତିକ୍ରମ କରାଯାଇଛି । ସେମାନଙ୍କୁ ମାତ୍ର ଦୁଇଦିନ ଦିଆଯାଇଛି । ନିର୍ବାଚନ ପୂର୍ବଦିନ ଯୋଗଦାନ ଓ ରାତିରେ ବୁଥ୍‌ରେ ପହଞ୍ôଚ ସକାଳ ୬ଟାରେ ଭୋଟ ଗ୍ରହଣ କରିବା ନିହାତି କଷ୍ଟକର ବୋଲି ପୁଲିଂପାର୍ଟିମାନେ ଅନୁଭବ କରୁଛନ୍ତି । ସମୟ ଅଭାବ ଯୋଗୁ ସେମାନେ ସଠିକ୍ ପ୍ରସ୍ତୁତି ଓ ବିଶ୍ରାମ ନେଇପାରିବେ ନାହିଁ । ଯାହାଦ୍ୱାରା ନିର୍ବାଚନ କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନ ଦିନକୁ ମିଶାଇ ୩ଦିନ ମିଳୁଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ନିର୍ବାଚନ ଦିନକୁ ମିଶାଇ ଦୁଇଦିନ ମିଳୁଛି । ଏଣୁ ପୁଲିଂ ପାର୍ଟିର ଡ୍ୟୁଟି ରିିପୋର୍ଟ ତାରିଖକୁ ଆଉଗୋଟେ ଦିନ ପୂର୍ବରୁ ଧାର୍ଯ୍ୟ କରିବାକୁ ଦାବି କରାଯାଉଛି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁଙ୍କୁ ଭେଟି ଆଉ ଗୋଟେ ଦିନ ବୃଦ୍ଧି କରିବା ପାଇଁ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ସାହୁ ଦାବିପତ୍ରକୁ ଯଥାର୍ଥ ଦର୍ଶାଇ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେବା ସହ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ପୂର୍ବତନ ସାଧାରଣ ସମ୍ପାଦକ ସେଖ୍ ଅବଦୁଲ ଖାଲିକ, ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘର ସହ ସମ୍ପାଦକ ପ୍ରମୋଦ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ