ଦୁଇଦିବସୀୟ କବିସମ୍ମିଳନୀ

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପରସ୍ଥ ଯାତ୍ରୀ ନିବାସ ପରିସରରେ ଭାରତର ବିଶିଷ୍ଟ ସାନ୍ତାଳୀ ସାରସ୍ବତ ସାଧକ ସ୍ବର୍ଗତ ସୁନ୍ଦର ମୋହନ ହେମ୍ବ୍ରମଙ୍କ ଜନ୍ମ ଶତବାର୍ଷିକୀ ଦୁଇ ଦିବସୀୟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଏସପି ମୁଖାର୍ଜୀ ବିଶ୍ବବିଦ୍ୟାଳୟ, ରାଞ୍ଚିର କୁଳପତି ସତ୍ୟ ନାରାୟଣ ମୁଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏଥିରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ମଦନ ମୋହନ ସୋରେନ ସମସ୍ତ ଅତିଥି ଓ ଶ୍ରୋତାଙ୍କୁ ସ୍ବାଗତ କରି କାର‌୍ୟ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ଏଥିରେ ମୁଣ୍ଡାରୀ ଲେଖକ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ମୁଣ୍ଡା ରିପୋର୍ଟ ଭାଷା,,ଲିପି, ସାହିତ୍ୟ ର ସାଂପ୍ରତିକ ପରିସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ପ୍ରଥମ ଦିନରେ ଖ୍ୟାତନାମା ଲେଖକ,କବି, ଔପନ୍ୟାସିକ ବିରେନ୍ଦ୍ର ସୟ,ମୁଖୁନୁମଣି ସିଂହ, ଭାନୁମତୀ ସିଂହ, ସୁରେନ୍ଦ୍ର ନାଥ ସିଂହ ପ୍ରମୁଖ ବହୁ ସାରସ୍ବତ ସାଧକ ଓ ସାଧିକା ସେମାନଙ୍କ ନିଜ ଲେଖନି କୃତି ପଠନ କରିଥିଲେ । ସେହିଭଳି ଶେଷଦିନରେ କଥାସନ୍ଧି ଏବଂ ନାରୀଚେତନା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ବିଶିଷ୍ଟ ଐତିହାସିକା ବାରିପଦା ଅଟୋନୋମସ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ରାଇମଣି ମାରାଣ୍ଡି, ରାଉରକେଲାର ଏକ ସାନ୍ତାଳୀ ପତ୍ରିକାର ସମ୍ପାଦିକା ଦିକୁମଣି ସୋରେନ୍, ପଶ୍ଚିମବଙ୍ଗର ବିଶିଷ୍ଟ ଅଭିନେତ୍ରୀ ଏବଂ ଗାୟିକା ଲକ୍ଷ୍ମୀ ହାଁସଦା, ବାରିପଦା ମେଡିକାଲ କଲେଜର ଡାକ୍ତର ସୁମିତ୍ରା ସୋରେନ ଏବଂ ବହୁ ଲେଖିକା, କବୟିତ୍ରୀ, ଭାଷା ପ୍ରେମୀ ଯୋଗ ଦେଇ ନିଜର ସ୍ବରଚିତ ଲେଖନୀ ପାଠ କରିଥିଲେ । ଆଦିବାସୀ ମହିଳା ମାନେ କିଭଳି ସାହସର ସହିତ ସାଂପ୍ରତିକ ପରିସ୍ଥିତିରେ ନିଜକୁ ଆଗେଇ ନେଇପାରିବେ ବକ୍ତବ୍ୟରେ କହିଥିଲେ । ଏହି କାର‌୍ୟ୍ୟକ୍ରମରେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ,ଆସାମରୁ ୪୦୦ରୁ ଉର୍ଦ୍ଧ୍ବ ଭାଷା ଓ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ । ରାଇରଙ୍ଗପୁର ଭଳି ପଛୁଆ ଅଂଚଳରେ ଏଭଳି କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଆୟୋଜକଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ।ଶେଷରେ ଆବାହକ ମଦନ ବାବୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ