ଦୁଇପରିବାର ମଧ୍ୟରେ ଗଣ୍ଡଗୋଳ, ୨ ଆହତ ୩ ଗିରଫ

ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍‍):ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗ୍ରାମରେ ଗତକାଲି ଦୁଇ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟି ୨ଜଣ ମହିଳା ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ସୋମବାର ଉଭୟ ପରିବାରରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଗ୍ରାମର ରହମତ ଖାଁ ଏବଂ ଇମ୍ରାନ୍ ଖାଁଙ୍କ ପରିବାର ମଧ୍ୟରେ ଜମିବାଡ଼ି ଏବଂ ଘର ନିକଟ ଏକ ଗାଡ଼ିଆର ମାଛକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପରିବାର ପକ୍ଷରୁ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଇମ୍ରାନ୍ ଖାଁଙ୍କ ମା ଏବଂ ବଡ଼ମା ପହିରୁନ ବିବି ଏବଂ ଅହିରୁନ ବିବି ଆହତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଥାନା ସବ୍ଇନସପେକ୍ଟର ସନ୍ଥଚରଣ ପ୍ରଧାନ ଘଟଣାର ତଦନ୍ତ କରି ଇମ୍ରାନ ଖାଁ, ରହେମତ ଖାଁ ଓ ତାଙ୍କପୁଅ ମହମଦ ଅଫଜଲ ଖାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ