ଦୁଇବର୍ଷ ପତ୍ନୀ ଭାବେ ଗ୍ରହଣ କରି ଅନ୍ୟ ଜଣଙ୍କୁ ବିବାହ: ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ

ବୁଗୁଡ଼ା,( ଅନିଲ କୁମାର ମହାରଣା): ଜଣେ ନାବାଳିକାଙ୍କୁ ସାଥିରେ ନେଇ ମନ୍ଦିରରେ ବାହା ହୋଇ ଦୁଇ ବର୍ଷ ଶାରୀରିକ ସମ୍ପର୍କ ରଖି ପରେ ଅନ୍ୟ ଜଣେ ମହିଳାଙ୍କୁ ବାହା ହେବା ପରେ ପ୍ରଥମ ପତ୍ନୀ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି । ଗତ ୨୦୧୮ ସେପ୍ଟେମ୍ବର ମାସରେ ମୋଟାବାଡ଼ିର ଜଣେ ନାବାଳିକା ଘରୁ ନିଖୋଜ ହୋଇଥିବା ନେଇ ବୁଗୁଡ଼ା ଥାନାରେ ନାବାଲିକା ଙ୍କ ମାଆ ରିପୋର୍ଟ କରିଥିଲେ । ପୋଲିସ୍ ବହୁଦିନ ଖୋଜିବା ପରେ ମଧ୍ୟ ନାବାଳିକା ଜଣଙ୍କୁ ଖୋଜି ପାଇ ପାରିନଥିଲେ । ଘରୁ ନିଖୋଜ ହେବା ବେଳେ ସେ ନାବାଳିକା ଥିଲେ କିନ୍ତୁ ବର୍ତ୍ତମାନ ସେ ସାବାଳିକା ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି । ଘରେ କେହି ନଥିବା ବେଳେ ମୋଟାବାଡ଼ି ଗ୍ରାମର କେଶବ ସେଠୀ ଘରେ ପଶି ବଳ ପୂର୍ବକ ନାବାଳିକା ଜଣକ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଲାଜ ଓ ଭୟରେ ନାବାଳିକା ଜଣକ ଘରେ କହି ପାରୁନଥିଲେ । ଏମିତି କିଛି ଦିନ ପରେ ୨୦୧୮ ସେପ୍ଟେମ୍ବର ମାସରେ କେଶବ ସେଠୀ ନାବାଳିକା ଜଣକୁ ଧରି ଭୁବନେଶ୍ୱର ପଳାଇଥିଲେ। ଝିଅର ଖବର ଜାଣି ନପାରି ନାବାଳିକାଙ୍କ ମା ବୁଗୁଡ଼ା ଥାନାରେ ଲିଖିତ ଏତଲା ଦେଇଥିଲେ । କେଶବ ଭୁବନେଶ୍ୱରରେ ଏକ ମନ୍ଦିରରେ ଫୁଲମାଳ ବିନିମୟ କରି ନାବାଳିକାଙ୍କୁ ବିବାହ କରିଥିଲେ। ଏହାପରେ ଭୁବନେଶ୍ଵରରୁ ଦୁହେଁ ସୁରାଟ ଚାଲିଯାଇଥିଲେ । ସୁରାଟରେ କେଶବଙ୍କ ବାପା ଓ ଭାଇ ମଧ୍ୟ କାମ କରୁଥିଲେ । ସେଠାରେ ରହିବା ସମୟରେ ଉଭୟେ ପତି ପତ୍ନୀ ଭଳି ଚଳୁଥିଲେ। ବାପା ଓ ଭାଇଙ୍କ କଥାରେ ପଡି କେଶବ ନିଜ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖୁଥିଲେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଏଭଳି ସ୍ଥିତିରେ କେଶବ ନିଜ ପତ୍ନୀଙ୍କୁ ଧରି ଆନ୍ଧ୍ରପ୍ରଦେଶ ର ନେଲୁରକୁ ଯାଇ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କଲେ । ନେଲୁରରେ ଦେଢ ବର୍ଷ ରହିବା ଭିତରେ କେଶବ ନିଜ ପତ୍ନୀ ସହ ଶାରୀରିକ ସଂପର୍କ ରଖିବା ସହ ନିର୍ଯ୍ୟତନା ଦେଉଥିଲେ । ଦେଢ ବର୍ଷ ପରେ ପତ୍ନୀଙ୍କୁ ଏକାକୀ ଛାଡି କେଶବ ଲୁଚି ଗ୍ରାମକୁ ଚାଲି ଆସି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । କେଶବଙ୍କ ପ୍ରଥମ ପତ୍ନୀ ଜଣଙ୍କ ନେଲୁରରେ ମଜୁରୀ ଖଟି କିଛି ଟଙ୍କା ଯୋଗାଡ଼ କରି କୌଣସି ମତେ ଚଳିତ ମାସ ୨୦ ତାରିଖରେ ଗ୍ରାମରେ ପହଞ୍ଚି ଜାଣିଲେ ଯେ କେଶବ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ହୋଇ ଘରେ ରହୁଛନ୍ତି । ପୀଡିତା ପ୍ରଥମ ପତ୍ନୀ ନିଜ ମାଆ ଓ ଭାଇଙ୍କୁ ଧରି କେଶବଙ୍କ ଘରକୁ ନ୍ୟାୟ ପାଇବା ପାଇଁ ଯାଇଥିବା ବେଳେ କେଶବ ତାଙ୍କ ବାପା ପ୍ରେମା ସେଠୀ, ମାଆ ସରସ୍ଵତୀ, ରାଜୀବ ଓ କୃଷ୍ଣ ମିଶି ପିଟାପିଟି କରି ପ୍ରଥମ ପତ୍ନୀକୁ ଘରୁ ତଡ଼ି ଦେଇଥିଲେ । ଏହାପରେ ପୀଡିତା ନିଜ କୂଳ ସଭାରେ ଜଣାଇଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରି ନଥିଲା | ତେଣୁ ପୀଡିତା ଜଣକ ଏବେ ପୋଲିସ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବୁଗୁଡ଼ା ଆଇ.ଆଇ.ସି ଚିତ୍ତରଞ୍ଜନ ବେହେରା ପ୍ରକାଶ କହିଛନ୍ତି ଯେ ପୀଡିତା ନାବାଳିକା ଥିବା ବେଳେ ତାଙ୍କ ମାଆ ଦେଇଥିବା ରିପୋର୍ଟ କୁ ଆଧାର କରି କେଶ୍ ନଂ ୨୧୪ /୧୮ ର ପରିବର୍ତ୍ତନ କରି ମାମଲା ରୁଜୁହେବ । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ୧୬୪ ପ୍ରକାରେ ବକ୍ତବ୍ୟ ରେକର୍ଡ କରାଯିବ । ଅଭିଯୁକ୍ତ ମାନେ ଫେରାର୍ ଥିବା ବେଳେ ତାଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଇ.ଆଇ.ସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ