ଦୁଇଶହ ଫୁଟ ଲମ୍ବରେ ଦବିଲା ଦେବୀ ନଦୀବନ୍ଧ ରାସ୍ତା
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା କାକଟପୁର ଜଳସମ୍ପଦ ବିଭାଗ ଅଧୀନରେ ଥିବା ଦେବୀ ନଦୀର ସମ୍ବେଦନଶୀଳ ବନ୍ଧ ଭାବେ ଜଣାଶୁଣା ବାଉରିଆକଣ ଠାରୁ ଖଣ୍ଡାସାହି ମଧ୍ୟରେ କୋଟି କୋଟି ଟଙ୍କାରେ ନଦୀବନ୍ଧ ସ୍ଵଦୃଢ଼ୀକରଣ ଯୋଜନାରେ ମାତ୍ର ବର୍ଷେ ହେଲା ନିର୍ମିତ ନଦୀବନ୍ଧ ପିଚୁ ରାସ୍ତା ବିଭିନ୍ନ ସ୍ଥାନରେ ଦବି ଯାଇଥିବା ଦେଖାଯାଇଛି । ବିଶେଷକରି ବାଉରିଆକଣ ଠାରେ ବନ୍ଧର ଦୁଇଶହ ଫୁଟ ଲମ୍ବର ପିଚୁ ରାସ୍ତା ସମ୍ପୂର୍ଣ୍ଣ ଭାବେ ଦବିଯାଇଛି । ତେବେ ମାଟିବନ୍ଧର ନିମ୍ନମାନର କାର୍ଯ୍ୟ ସଠିକ କମ୍ପାକ୍ସନ କରାନଯାଇ ରାସ୍ତା ନିର୍ମାଣ ଯୋଗୁଁ ବନ୍ୟା ଜଳ ଛାଡିବା ପରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରଛନ୍ତି । ତୁରନ୍ତ ବନ୍ଧ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।