ଦୁଇ ଅଟୋ ସହ ବାଇକ ଧକ୍କା : ଜଣେ ମହିଳା ମୃତ : ଆଠ ଆହତ

ମୋହନା, (ଅଂଶୁମାନ ପଣ୍ଡା) :ପୋଲିସର ସଚେତନତା ସତ୍ତ୍ୱେ ଦିନକୁ ଦିନ ମୋହନା ଅଞ୍ଚଳରେ ବାଇକ ଓ ଅଟୋ ଦୁର୍ଘଟଣା ଥମିବାର ନାଁ ଧରୁନି । ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମଠାରୁ ଦୁଇଟି ଅଟୋ ନଂ ଓଡିଠ୭ ଏକ୍ସ ୩୦୬୩ ଓ ଅନ୍ୟଟି ଓଡ଼ିଠ୭ ଏସ ୩୩୫୨ କିଛି ଯାତ୍ରୀଙ୍କୁ ନେଇ ଦୃତ ବେଗରେ ଅଡବା ଆସୁଥିବା ବେଳେ ଅପରପାର୍ଶ୍ଵ ଅଡବାରୁ ଏକ ବାଇକ ନଂ ଓଡିଠ୭ ଏଜେ ୯୨୮୪ ବ୍ରାହ୍ତ୍ବଣୀ ଗାଁ ଆଡକୁ ଯାଉଥିବା ବେଳେ ଝିଲିକି ନିକଟ ବମ୍ୱେ ଛକ ନିକଟରେ ବାଇକକୁ ଅଟୋ ଧକ୍କା ଦେଇଥିଲା । ପୁଣି ଅନ୍ୟ ଅଟୋଟି ସହ ବାଇକର ପୁଣି ଧକ୍କା ହୋଇଥିଲା । ଫଳରେ ଅଟୋରେ ବସିଥିବା ଦମାଦୁଆ ଗ୍ରାମର ଶାନ୍ତିଲତା ନାୟକ (୩୦) ଗୁରୁତର ହୋଇଥିଲେ ଏବଂ ଉଭୟ ଅଟୋର ମୋଟ ୮ ଜଣ ଯାତ୍ରୀ ଆହାତ ହୋଇଥିଲେ । ବହୁ ଆହାତ ଯାତ୍ରୀଙ୍କର ମୁଣ୍ଡ, ଛାତି, ଗୋଡ ମାଡ ହେବା ସହ ହାତ ମଧ୍ୟ ଭାଙ୍ଗିଯାଇଛି । ସମସ୍ତ ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ଥିବା ଶାନ୍ତିକୁ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକେ ଆଣିଥିଲେ । ସେଠାରେ ଡାକ୍ତର ଅଭିମନ୍ୟୁ ବେହେରା ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ଶୁଣି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ