ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ : ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଓ କୃଷକମାନଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଜାରି କରାଯାଇଥିବା ଦୁଇଟି ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉତ୍ପାଦ, ବ୍ୟବସାୟ, ବାଣିଜ୍ୟ ପ୍ରୋତ୍ସାହନ ଓ ସୁବିଧା ଅଧ୍ୟାଦେଶ ୨୦୨୦ ଏବଂ ମୂଲ୍ୟ ପ୍ରତିଶ୍ରୁତି ତଥା କୃଷି ସେବା ଉପରେ କୃଷକ ସଶକ୍ତିକରଣ ଓ ସୁରକ୍ଷା ରାଜିନାମା ଅଧ୍ୟାଦେଶ ୨୦୨୦।
କିଛି ଦିନ ତଳେ ଏହି ଦୁଇଟି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେ ଅନୁମୋଦନ କରିଥିଲା। ଏହି ଦୁଇଟି ଅଧ୍ୟାଦେଶ କୃଷକମାନଙ୍କୁ ସେମାନଙ୍କର କୃଷିଜାତ ସାମଗ୍ରୀ ବିକ୍ରୟ ପାଇଁ ମୁକ୍ତ ବ୍ୟବସାୟର ସୁବିଧା ପ୍ରଦାନ ସହିତ ନିଜ ପସନ୍ଦର କ୍ରେତା ଚୟନ କରିବାରେ ସହାୟକ ହେବ। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏହି ଅଧ୍ୟାଦେଶ ସମ୍ପର୍କରେ ସୂଚନା ଦେବା ସହ ଏହି ସଂସ୍କାରଗୁଡ଼ିକ ନିଜ ନିଜ ରାଜ୍ୟରେ କାର୍ୟ୍ୟକାରୀ କରିବା ଦିଗରେ ସହଯୋଗ କରିବାକୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ