ଦୁଇ ଅନାଥ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଦୁଇ ଜଣ ଅନାଥ ଶିଶୁଙ୍କୁ ଥଇଥାନ କରିଥିବାର ଜଣାପଡିଛି । ଶିଶୁ ଦ୍ୱୟ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଅନ୍ତର୍ଗତ ତଳବାଡେଗୁଡା ଗ୍ରାମର ଏବଂ ଏମାନଙ୍କର ପିତା ସ୍ୱର୍ଗତ ପ୍ରେମଲାଲ ମଲ୍ଲିକ ଗତ ୫ ବର୍ଷ ପୂର୍ବେ ମୃତ୍ୟୁବର୍ଣ କରିଥିବା ବେଳେ ମା ରୁତୁଙ୍କା ମଲ୍ଲିକ କିଛି ମାସ ପୂର୍ବେ ନିଜର ଦୁଇ ପୁତ୍ର ଯଥା ମାନସ ମଲ୍ଲିକ(୫) ଓ ପାତ୍ରିକା ମଲ୍ଲିକ (୬)ଙ୍କୁ ତାଙ୍କର ଦୂରସମ୍ପର୍କ ମାମୁଁଙ୍କ ନିକଟରେ ଛାଡି ଦେଇ ଭଲପାଉଥିବା ବ୍ୟକ୍ତିଙ୍କ ସହ କୁଆଡେ ପଳେଇଗଲେ । ଶିଶୁ ଦ୍ୱୟ କିଛି ଦିନ ଦୂର ସମ୍ପର୍କ ମାମୁଁଙ୍କର ଦୟାର ପାତ୍ର ହେଲାପରେ ପବର୍ତ୍ତି ସମୟରେ ମୁଠାଏ ଖାଇବା ପାଇଁ ଗାଁ ଲୋକଙ୍କର ଦ୍ୱାରସ୍ଥ ହେଉଥିଲେ । ପାଠ ପଢିବା ଏବଂ ଶିଶୁମାନଙ୍କ ଅଧିକାରୀ ତ ଦୂରର କଥା ଅତ୍ୟାବଶ୍ୟକ ଯଥା ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ଶିଶୁମାନେ ପ୍ରତ୍ୟେକ ସମୟରେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । ଏହି ଖବର ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଜାଣିବା ପରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଶିଶୁ ଦ୍ୱୟଙ୍କୁ ମୋହନା ଚାଇଲ୍ଡ ଲାଇନ୍ ଦ୍ୱାରା ତଳବାଡେଗୁଡା ଗ୍ରାମରୁ ଉଦ୍ଧାର କରି ଶିଶୁ ଦୁଇଟିଙ୍କୁ ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପିତ କରିବା ପରେ ସେମାନଙ୍କ ନିର୍ଦ୍ଦେଶରେ ଶିଶୁ ମାନଙ୍କୁ ମୋହନା ବ୍ଲକର ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ଯଥା ଡେଷ୍ଟାର ହୋମ୍‌, ଜରଉରେ ଥାଇଥାନ କରାଯାଇଛି । ଏହି ପିଲାମାନଙ୍କୁର ଖାଦ୍ୟ, ବସ୍ତ୍ର ରହିବା, ପାଠ ପଢିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ବହନ କରିବେ । ଭବିଷ୍ୟତରେ ଶିଶୁ ଦୁଇଟି କିପରି ପୋଷ୍ୟସନ୍ତାନ ଭାବେ ପରିବାର ପାଇବେ ସେଥିପ୍ରତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଯଥେଷ୍ଟ ଧ୍ୟାନ ଦେବେ ବୋଲି ଜଣାପଡିଛି । ଏହି ପିଲାମାନଙ୍କୁ ଜରଉରେ ଥିବା ଉଚ୍ଚ ପ୍ରାଥିମିକ ବିଦ୍ୟାଳୟରେ ପ୍ରଥମ ଏବଂ ତୃତୀୟ ଶ୍ରେଣୀରେ ନାମ ଲେଖାଇଥିବାର ଜଣାପଡିଛି । ବାପା ମରିବା ପରେ ମାଁ ସିନା ନିଜ ସ୍ୱାର୍ଥ ପାଇଁ ପିଲାମାନଙ୍କୁ ଦୂରେଇଦେଲା କିନ୍ତୁ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପିଲାମାନଙ୍କୁ କୋଳେଇ ନେବା ସହ ଭବିଷ୍ୟତରେ ପିଲାମାନଙ୍କର ଯତ୍ନ ଓ ସୁରକ୍ଷା ସହ ଉଜ୍ୱଳ ଭବିଷ୍ୟତ ପାଇଁ ଅହରହ ଉଦ୍ୟମ ଜାରି ରଖିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ