ଦୁଇ ଅନାଥ ଶିଶୁଙ୍କ ଭରଣପୋଷଣ ଦାୟିତ୍ୱ ନେଲେ ମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୁଇ ବାପା ମାଆ ଛେଉଣ୍ଡ ଅନାଥ ଶିଶୁଙ୍କ ପାଠପଢା ଓ ଭରଣପୋଷଣ ଦାୟିତ୍ୱ ବହନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିବା ସହ ଆକସ୍ମିକ ମୃତ୍ୟୁ ବରଣ କରିଥିବା ବିଭନ୍ନ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ପଡିଆଭଙ୍ଗା ଗ୍ରାମର ମାଆ ବିଷ୍ଣୁ ନାଇକ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ଗତ ଜୁଲାଇ ୨୯ ତାରିଖ ଦିନ ବାପା ସନ୍ୟାସୀ ନାଇକ ବନ୍ଧ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ। ଫଳରେ ୩ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ମାଆ-ବାପା ଛେଉଣ୍ଡ ହୋଇ ଅନାଥ ହୋଇଯାଇଥିଲେ। ଖବର ପାଇ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଅଗଷ୍ଟ ୦୨ ତାରିଖ ଦିନ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଦୁଇ ଅନାଥ ଶିଶୁଙ୍କୁ ଜରାଶ୍ରମରେ ରଖି ସେମାନଙ୍କ ପାଠପଢ଼ା ବ୍ୟବସ୍ଥା କରିବା ସହ ଭରଣପୋଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବୁଗୁଡା ବ୍ଲକର ସଙ୍କୁରୁ ପଞ୍ଚାୟତର ଘୋଳପୁର ଗ୍ରାମର ସାରଙ୍ଗ ପ୍ରଧାନ ଓ ଚିଲିଖମା ଗ୍ରାମର ଅଶୋକ ଗୌଡ଼ ଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ଗରେଇଝୁଳି ଗ୍ରାମର ଅନାଥ ଡାକୁଆ ୩୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀ ଙ୍କ ସହ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ସମିତି ସଭ୍ୟ ବିଷ୍ଣୁ ପ୍ରସାଦ ପରିଡା, ସୁବ୍ରତ ରାଖଲ ଦାସ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ