ଦୁଇ ଅବସରପ୍ରାପ୍ତ ଶିକ୍ଷକ ଲକ ଡାଉନରେ ସଚେତନତା କରି ସମୟ ବିତାଉଛନ୍ତି

ଛତ୍ରପୁର,(ଓ୍ବାଇଏନ୍ଏସ୍):ବର୍ତ୍ତମାନ କରୋନା ସାରା ଦେଶକୁ ଗ୍ରାସ କରିଥିବା ବେଳେ ଲକ ଡାଉନ ସମୟରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କର କେମିତି ସମୟ କଟୁଛି ତାହା ଉପରେ ଛତ୍ରପୁର ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପଣ୍ଡା ଏବଂ ଚିକଲଖଣ୍ଡି ଗ୍ରାମ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସେମାନଙ୍କ ନିଜସ୍ୱ ଅନୁଭୂତି ବର୍ଣ୍ଣନ୍ନା କରିଛନ୍ତି । ଲକ୍ ଡାଉନ୍ ଦ୍ୱିତୀୟ ପର୍ଯ୍ୟାୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପଣ୍ଡା କହିଛନ୍ତି ଯେ ୨୧.୧୦୧୯୭୫ ମସିହାରେ ଛତ୍ରପୁର ବ୍ଲକ ରାମପଲ୍ଲୀ ସ୍କୁଲରେ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରି ୩୦.୧୧.୨୦୦୮ ମସିହାରେ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ଦିନ ଠାରୁ ସେ ଶିକ୍ଷାବୃତ୍ତି ଛାଡି ନାହାନ୍ତି । ଘରେ କିମ୍ବା ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିଆସୁଛନ୍ତି । ଏହାସହିତ ସାହିତ୍ୟ, ସାମ୍ବାଦିକ ଏବଂ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହୋଇଆସୁଛନ୍ତି । ଭୋର ୫ଟାରେ ଉଠି ବିଭିନ୍ନ ନିତ୍ୟକ୍ରମ ସାରି ବାହାରି ପଡନ୍ତି ବିଭିନ୍ନ ସାମାଜ ସେବା ସହିତ ଖବର ସଂଗ୍ରହ କରିଥାନ୍ତି । ମାତ୍ର ଗତ ୨ମାସ ହେଲା କରୋନା ଭୁତାଣୁ ଯୋଗୁଁ ତାଙ୍କ ଦୈନଦିନ କାର୍ଯ୍ୟ ପରିବର୍ତ୍ତନ ଆସିଛି । ସେ ୭ଟାରେ ଉଠି ବିଭିନ୍ନ ଖବର କାଗଜ ପଢିବା ସହ ପ୍ରାତଃ ଭ୍ରମଣ କରିବା ସହ କରୋନା ମୁକାବିଲା ନେଇ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ କୋରନାରୁ କିପରି ଦୂରେଇ ରହିବେ ସେଥି ନିମନ୍ତେ ସଚେତନ ଦେଇଆସୁଛନ୍ତି । ଏହାସହିତ ବହୁତ ସମୟ ଘରେ ନିଜ ପରିବାରଙ୍କ ସହ କାଟୁଥିବା ଶ୍ରୀ ପଣ୍ଡା କହିଛନ୍ତି । ସେହିପରି ଚିକଲଖଣ୍ଡି ଗ୍ରାମ ଅବସରପ୍ରାପ୍ତ ଶିକ୍ଷକ ଡି.ପ୍ରକାଶ ରାଓ କହିଛନ୍ତି ଯେ ୧୫.୧୨.୧୯୭୧ ମସିହାରେ ପାରଳା ଖେମୁଣ୍ଡିର ଆର . ଉଦୟଗିରି ବ୍ଲକରେ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରି ୩୧.୦୩.୨୦୦୭ ମସିହାରେ ଛତ୍ରପୁର ବ୍ୟାରେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଗ୍ରହଣ କରିଥିଲେ । ସେ ଶିକ୍ଷା ସହ ବିଭିନ୍ନ ପତ୍ର ପତ୍ରିକା, ପୈାରାଣିକ ଗନ୍ଥ, ଗଳ୍ପ ଏବଂ ଗୀତା , ରାମାୟଣ ପ୍ରଭୃତି ପଢିବାକୁ ଭଲ ପାଆନ୍ତି । ଏହାସହ ବିଲେଇ ଓ କୁକୁର ସେବା କରିବାକୁ ପଛେଇ ନଥାନ୍ତି । ଏହାସହ ସାହିତ୍ୟ , କବି ଭାବେ ବିଭିନ୍ନ ଅନୁଷ୍ଠାନରେ ଭାଗ ନିଅନ୍ତି । ସକାଳୁ ହେଲେ ଉଠି ତାଙ୍କ ନିତ୍ୟକ୍ରମ ସାରି ସାଇକେଲ ଧରି ବାହାରି ପଡନ୍ତି ଛତ୍ରପୁର ସହରକୁ ସେଠାରେ ବିଭିନ୍ନ ପତ୍ରପତ୍ରିକା କ୍ରୟ କରି ଘରକୁ ଫେରନ୍ତି । ତାପରେ ବିଲେଇ, କୁକୁର ସେବା କରନ୍ତି ଏବଂ ବିଭିନ୍ନ ପତ୍ର ପତ୍ରିକା ପାଠ କରନ୍ତି । ଏବେ ଗତ ୨ମାସ ହେଲା କରୋନା ଲାଗି ଲକ ଡାଉନ ହୋଇଥିବାରୁ ସେ ବିଭିନ୍ନ ପତ୍ର ପତ୍ରିକା ସଂଗ୍ରହ କରିବାରେ ତାଙ୍କ ପାଇ କଷ୍ଟ ହୋଇଥିବାରୁ ତାଙ୍କ ନିଜ ଲାଇବ୍ରେରୀ ଥିବା ପୁରାତନ ପତ୍ର ପତ୍ରିକା ପଢୁଛନ୍ତି । ଏହାସହ ଗାଁ ଲୋକଙ୍କୁ କରୋନା ନେଇ ସଚେତନତା କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ ବୁଝାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ