ଦୁଇ ଅସରା ବର୍ଷାରେ ଚାଷୀ ଆସ୍ୱସ୍ଥ

ହାଟଡିହିି, (ବିକାଶ ବିଶ୍ୱାଳ ) : ଗତକାଲି ସନ୍ଧ୍ୟାରେ ହାଟଡିହୀ ବ୍ଲକ ଅଞ୍ଚଳରେ ଦୁଇ ଅସରା ଭଲକରି ବର୍ଷା ହୋଇଯିବା ପରେ ଚାଷୀକୁଳ ଆସ୍ୱସ୍ଥି ଅନୁଭବ କରିଛନ୍ତି । ଗତ କିଛିଦିନ ହେଲା ବର୍ଷା ନଥିବାରୁ ଅଣ ଜଳସେଚିତ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଗତ କିଛିଦିନ ହେଲା ଚାଷୀ ମାନେ ଯାହାର ପାଣି ମଡାଇବା ପାଇଁ ସୁବିଧା ଥିଲା ସେମାନେ ମଟର ଦ୍ୱାରା ନାଳ, ପୋଖରୀରୁ ନିଜ ନିଜ ଚାଷଜମିକୁ ପାଣି ମଡାଇବା ଆରମ୍ଭ କରିଦେଇଥିଲେ । ବିଶେଷକରି ଅକରୁଆ, ବଞ୍ଚୋ, ଶାସଙ୍ଗ, ପଞ୍ଚୁଗୋଛିଆ, ଆମ୍ବୋ, ହଦଗଡ, ବାଲିବରେଇ, ସୋସୋ, ପଢ଼ିଆରିପଲ୍ଲୀ ଆଦି ପଞ୍ଚାୟତରେ ପାଣିପାଇଁ ହାହାକାର ପଡି ଯାଇଥିଲା । କିନ୍ତୁ ଶୁକ୍ରବାର ରାତିରେ ଭଲକରି ଦୁଇ ଅସଳା ବର୍ଷା ହେବାପରେ ଏବେ ଚାଷ କିଆରୀ ଗୁଡିକ ପାଣି ଭର୍ତ୍ତି ହୋଇଛି । ବର୍ତ୍ତମାନ ସମୟରେ ଧାନକେଣ୍ଡାରୁ ବାହାରିବା ଓ ଫୁଲ ଖେଳାଇବା ସମୟ ହୋଇଥିବାରୁ ଧାନ ଗଛ ଗୁଡିକର ଅଧିକ ପାଣିର ଆବଶ୍ୟକତା ଥାଏ । ବର୍ଷା ହେବାଦ୍ୱାରା ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ