ଦୁଇ ଆଦିବାସୀ ପରିବାରକୁ ସାମାଜିକ ବାସନ୍ଦ ବିରୁଦ୍ଧରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣଣ୍ଡ ସାନଡାଳିମା ଗ୍ରାମର ଦୁଇ ପରିବାରକୁ ଗ୍ରାମମୂଖ୍ୟ (ମାଝୀ ବାବା) ଙ୍କ ଦ୍ୱାରା ଦୀର୍ଘ ଦୁଇ ମାସ ଧରି ସାମାଜିକ ବାସନ୍ଦ କରାଯାଇଥିବାରୁ ଉକ୍ତ ପରିବାର ଦ୍ୱୟ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ତିରିଂ ‘ଥାନା ଅଧିକାରୀ ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରି ନାହିଁ । ଗତ ସେପ୍ଟେମ୍ବର ପହିଲାରୁ ସାନଡାଳିମା ଗ୍ରାମର ସାଙ୍ଖାର ବାସ୍କେ ଓ ଠୁମ୍ପୁ ସୋରେନ୍’ଙ୍କ ପରିବାରକୁ ଆଦିବାସୀଙ୍କ ପାରମ୍ପାରିକ ସାମାଜିକ ବୈଠକରେ ଉକ୍ତ ପରିବାର ଦ୍ବୟଙ୍କ ତ୍ରୃଟି ବିରୁଦ୍ଧରେ ଆର୍ଥିକ ଦଣ୍ଡ ପୈଠ ନକରିବା ପର୍ଯ୍ୟନ୍ତ ସାମାଜିକ ବାସନ୍ଦ କରାଯିବାର ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ସାମାଜିକ ବାସନ୍ଦରେ ଅତିଷ୍ଠ ହୋଇ ସାମାଜିକ ପ୍ରଥା ବିରୁଦ୍ଧରେ ନ୍ୟାୟ ପାଇବାକୁ ପିଡିତ ପରିବାର ଦ୍ୱୟ ଆସନ୍ତା ୧୩’ ତାରିଖରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବା ୧୧’ ଘଟିକା ସମୟରୁ ଅପରାହ୍ନ ୧’ଘଟିକା ସମୟ ପର୍ଯ୍ୟନ୍ତ ସାଂକେତିକ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଭିଯୋଗକୁ ଆଧାର କରି ରାଇରଙ୍ଗପୁର ଉପଖଣ୍ଡ ଜନ ମଙ୍ଗଳ ଅଧିକାରୀ ୨୮’ ତାରିଖ ରେଙ୍ଗାଳବେଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ୨’ପକ୍ଷର ୧୦’ଜଣ ଗ୍ରାମବାସୀ’ଙ୍କୁ ନେଇ ମାମଲାର ସମାଧାନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଉକ୍ତ ପ୍ରତିଶୃତିର ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରି ନଥିବାରୁ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ପିଡିତ ପରିବାର ଲୋକେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ