ଦୁଇ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଜାନୁଆରୀ ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ବୃନ୍ଦ ସମାଜର ମୁଖ୍ଯ ସ୍ରୋତରୁ ବିଚ୍ଯୁତି ହୋଇ ଦିଗଭ୍ରଷ୍ଟ ହେଉଛନ୍ତି। ଏଣୁ ଛାତ୍ର-ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଭୟ ଅଭିଭାବକ ଓ ଶିକ୍ଷକ ବୃନ୍ଦଙ୍କ ଗୁରୁଦାୟିତ୍ୱ ଅଛି ବୋଲି ରାଜ୍ଯ ସରକାରଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ପ୍ରକାରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ବାଲିପଦର ରେ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମାଣିତରାରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବିଭିନ୍ନ ଶିକ୍ଷକ ଓ ଅଭିଭାବକ ମତବ୍ୟକ୍ତ କରିଥିଲେ। ବାଲିପଦରରେ ଅଧ୍ୟାପକ ଓ ଅଧ୍ୟାପିକା କୈଳାଶ ଚନ୍ଦ୍ର ସେନାପତି, ବିଭୁତି ଭୂଷଣ ବେବର୍ତ୍ତା, ସ୍ମିତା ରାଣୀ ସାହୁ, ଡକ୍ଟର ଦିଲ୍ଲିପ କୁମାର ପ୍ରଧାନ, ଜୟନ୍ତ କୁମାର ହୋତା, ଡକ୍ଟର ଶିଶିର କୁମାର ନାୟକ ଓ ସୁଶାନ୍ତ କୁମାର ପଣ୍ଡା ଅଭିଭାବକ ମାନକୁ ସଚେତନ କରାଇଥିବା ବେଳେ ମାଣିତରାରେ ଅଧ୍ୟାପକ ଓ ଅଧ୍ୟାପିକା ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ଗୌଡ଼, ଆଶିଷ ଶଙ୍କର ପାତ୍ର ଅଭିଭାବକ ବୃନ୍ଦଙ୍କୁ ସଚେତନ କରିଥିଲେ। ରାଗିଙ୍ଗୀ ଓ ଯୌନ ଉତ୍ପିଡନ୍ ଭଳି ସାମାଜିକ ବ୍ଯାଧି ଛାତ୍ର ସମାଜରୁ କିପରି ମୁଳୋତ୍ପାଟନ ହୋଇ ପାରିବ, କ୍ଲାସ୍ ରୁମରେ ମୋବାଇଲ୍ ପରିତ୍ଯାଗ କରି ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟରେ ପିଲାମାନେ ନିୟୋଜିତ ହୋଇପାରିବେ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଇ ଥିଲା ଓ କମିଟି ଗଠନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ