ଦୁଇ ବେପାରୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ବୁଗୁଡା ସହର ସ୍ଥିତ ରଘୁନାଥ ସାହିର କୁଖ୍ୟାତ ନିଶା ବେପାରୀଙ୍କ ପ୍ରାୟ ତିନି କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଥିବା ଜଣାପଡିଛି । ଗତ କିଛି ଦିନ ପୂର୍ବେ ନିଶାବେପାରିଙ୍କ ବାସଭବନ ରେ ଚଢାଉ କରାଯାଇ ଗୋଟିଏ ଇନୋଭା କାର୍ ସହ ଗଞ୍ଜେଇ ଜବତ ହୋଇଥିବା ବେଳେ ଜୁଲାଇ ୨୮ ତାରିଖରେ କ୍ରାଇମ୍ ବ୍ରାଞ୍ଚ ସହଯୋଗରେକୁଖ୍ୟାତ ନିଶା ମାଫିଆ ଦୁଇ ଭାଇଙ୍କର ୩ କୋଟିର ସଂପତ୍ତି ବାଜ୍ୟାପ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏନଡିପିଏସ ଆଇନ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ବାଜ୍ୟାପ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ବନମାଳୀ ଓ ଅରୁଣ ପ୍ରଧାନ ବାଜ୍ୟାପ୍ତି ଜବତ ସଂପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ଜମି , ୫୯୫ ଗ୍ରାମ ସୁନା ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ