ଦୁଇ ଗୁରୁତ୍ୱର ରୋଗୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ରୋୟାଲ ରାଇଡର୍ସ ଗ୍ରୁପର ସଦସ୍ୟ
ମାଲକାନଗିରି,(ମନୋଜ କୁମାର ସାହା):ମାଲକାନଗିରି ସଦର ମହକୁମା ସ୍ଥିତ ଝାଟିମାଟି କଲୋନୀ ର ମିନ ମୁଦୁଲି ଓ ଚିତ୍ରକୋଣ୍ଡା ନିବାସୀ ରାଜ କୁମାର ସାହୁ ମାଲକାନଗିରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ “ଏ ଏଵଂ ଓ “ପଜେଟୀଭ ଗ୍ରୁପ ରକ୍ତର ଆବଶ୍ୟକତା ଥିଲା | ଫଳରେ ଉଭୟ ୨ ରୋଗୀଙ୍କ ପରିବାରଲୋକେ ରକ୍ତ ଯୋଗାଡ଼ ପାଇ ବହୁଲୋକଙ୍କୁ ଫୋନ୍ କରି ନିରାଶ ହୋଇଥିଲେ | ଏହି ଖବର ରୋୟାଲ ରାଇଡର୍ସ ଗ୍ରୁପ ସଦସ୍ୟ ଜାଣିବା ପରେ ତୁରନ୍ତ ପି.ନବୀନ ରାଓ ରୋୟାଲ ରାଇଡର୍ସ ଗ୍ରୁପ ସଦସ୍ୟ ଓ ଅନୀଲ କୁମାର ରକ୍ତ ଭଣ୍ଡାର କୁ ଯାଇ ମୀନ ଏବଂ ରାଜ କୁମାର ଙ୍କୁ ରକ୍ତ ଦାନ କରିଥିଲେ |ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଏହି ଅବସରରେ ଅନ୍ୟତମ ସଦସ୍ୟ ରୋୟାଲ ରାଇଡର୍ସ ଗ୍ରୁପ ସତ୍ୟଜିତ ଗୌଡ଼, ଶ୍ୟାମ ମୁଦୁଲି ଉପସ୍ଥିତ ଥିଲେ |