ଦୁଇ ଗୋଟି ସ୍ଥାନରେ ଧାନ ମଣ୍ଡି ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ୍ ବାରିକ ପୁର ସ୍ଥିତ ଜଳମଣ୍ଡୁଆ ପ୍ରାଥମିକ କୃଷି ସମବାୟ ସମିତି ଠାରେ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ସମ୍ପାଦକ ଜୟନ୍ତ କୁମାର ଭୋଇଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବାଲେଶ୍ଵର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପରିଚାଳକ ମାନସରଞନ ମହାପାତ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜସ୍ଵ ନୀରିକ୍ଷକ ସଞ୍ଜୀବ ବାରିକ,ସମାଜସେବୀ ସୁରେନ୍ଦ୍ର କୁମାର ପାଲ, ମୁକ୍ତିକାନ୍ତ ଜେନା, ଧନେଶ୍ଵର ବିଶ୍ଵାଳ, ଚାଷୀ ବିମ୍ବାଧର ସେନାପତି, ନିରଞ୍ଜନ ସାହୁ, ନୀଳକଣ୍ଠ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ନୀରଞନ ମହାକୁଡ ଓ ପଦ୍ମନାଭ ମଲ୍ଲିକ ପରିଚାଳନା କରିଥିଲେ । ସେହିଭଳି ତେସିଙ୍ଗା ସମିତି ଠାରେ ସମ୍ପାଦକ ରାଜେନ୍ଦ୍ର କୁମାର ଖଣ୍ଡାଇ ଙ୍କ ସଂଯୋଜନାରେ ମଣ୍ଡି ଉଦଘାଟିତ ହୋଇଛି । ଏଥିରେ ରାଜସ୍ଵ ନୀରିକ୍ଷକ ଆଶୁତୋଷ ଦାସ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ୍ କୁମାର ବେହେରା, ଆଶୁତୋଷ ଜେନା, ଚାଷୀ ଦୟାନିଧି ପରିଡା,ନାରଣ ଚନ୍ଦ୍ର ଦାସ, ଦୁର୍ଯୋଧନ ପାତ୍ର, ରଞ୍ଜନ ଖଟୁଆ, କୈଳାସ ସାହୁ,ସୁରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।