ଦୁଇ ଚୋର ଗିରଫ,ଅଳଙ୍କାରଜବତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ପୋଲିସ ଆଉ ଏକ ସଫଳତା ମିଳିଛି । ଗତ ଦୁଇଦି ଚୋରି ହୋଇଥିବା ସାମଗ୍ରୀ ମିଳିବା ସହ ଚୋରଙ୍କୁ ଗିରଫ କରି କୋର୍ଟଚାଲାଣ କରିବାରେ ସଫଳ ହୋଇଛି ବାଲିଗୁଡାପୋଲିସ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକାରୀ କମଳକାନ୍ତ ପଣ୍ଡା । ସୁଚନା ପ୍ରକାରେ ବାଲିଗୁଡା ଋତୁଙ୍ଗିଆ ଗ୍ରାମରେ ବସନ୍ତ କୁମାର ପାତ୍ରଙ୍କ ତେଜରାତି ଦୋକାନରୁ ଗତ ୧ତାରିଖ ରାତିରେ ତାଙ୍କ ଦୋକାନ କବାଟ ଭାଙ୍ଗି ଦୋକାନରୁ ନଗଦ ଆଠହଜାରଟଙ୍କାସୁନାରୁପା ଅଳଙ୍କାର ଚୋରି କରି ନେଇଥିଲା ଏହାକୁ ନେଇ ବସନ୍ତ ପାତ୍ର ବାଲିଗୁଡା ଥାନାରେ ଗତ ୨ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଏହାପରେ ବାଲଗୁଡା ପୋଲିସ କେଶନମ୍ବର ୨୪୨/୨୪ମାମଲାରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ,ଏହାପରେ ଦୁଇଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିଛନ୍ତି ,ଗିରଫ ଦୁଇବ୍ୟକ୍ତି ହେଲେ ଜଲା ଭୋଇ(୨୮) କଳାହାଣ୍ଡି ଜିଲ୍ଲାର ମାଟିଆ ଗ୍ରାମ ୟାଙ୍କ ନାମରେ ପୁର୍ବରୁଟିଟିଲାଗଡ ଓ କଣ୍ଟାବାଂଜି ଥାନାରେ କେଶ ରହିଛି ଆଉ ଜଣେ ଜଳାନ୍ଦର ଭୋଇ(୩୨) ବଲାଙ୍ଗିର ଜିଲ୍ଲାର ବାଛାଜୁଝା ଗ୍ରାମର ୟାଙ୍କ ନାମରେ ପୁର୍ବରୁ ଟିଟିଲାଗଡ,କେଶିଙ୍ଗା ଥାନା ଓ କଣ୍ଟାବାଂଜି ଥାନାରେପାଂଚଟି ମାମଲାରହିଛି ଓ ଆଉ ଜଣେ ଫେରାର ଅଛି ଏମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ,ଦୁଇଟି ସୁନା ମାଳି,ତିନିହଳ ସୁନା କାନର,୫୦୦ଗ୍ରାମ ରୁପାଅଳଙ୍କାର,୫୭୯୫ଟଙ୍କା ଓ ଖୁଚୁରା ଟଙ୍କା ୧୫୦୦ ଏବଂ ତିନି ଗୋଟି ଲୁହା ରଡ ସହ ତିନି ଗୋଟି ମୋବାଇଲ ଜବତ ହୋଇଛି । ସୁନା,ରୁପାଅଳଙ୍କାର ଏବଂ ଟଙ୍କା ଅଭିଯୋଗକାରିଙ୍କ ଠାରୁ ଚୋରି କରିଥିଲେ ଏବଂ ଅଭିଯୋଗକାରୀ ତାଙ୍କର ଏହି ଜବତସାମଗ୍ରୀ ଚିହ୍ନିପାରିଛନ୍ତି ବୋଲି ସୁଚନାଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ବାଲିଗୁଡା କୋର୍ଟକୁ ଚାଲାଣ କରାଯାଇଥିବା ପୋଲିସ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସମେତ ଥାନା ଅଧିକାରୀ ଶୁଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ ।