ଦୁଇ ଚୋର ଧରାପଡିଲେ ଛେଚା ଖାଇ ଥନାକୁ ଗଲେ
ଜଗତସିଂହପୁର( ଅନସୂୟା ରାଉତ) ବାଲିକୁଦା ଥାନା ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତ ସାହାଡା ଗ୍ରାମରେ ଦୁଇଜଣ ବୃତ୍ତି ଗତ ଚୋର ଧରାପଡି ଛେଚା ଖାଇ ବାଲିକୁଦା ଥାନାରେ ଅଟକ ଅଛନ୍ତି। ଖବରରୁ ଜଣାଯାଏ ଆଜି ଦିନ ଦଶଟା ବେଳେ ଦୁଇଜଣ ଯୁବକ ସାହାଡା ହୁଡା ଉପରେ ବସି ଗୋଟିଏ ଆଲୁମିନିୟମ ବାକ୍ସ କୋଲୋପ ତାଡୁ ଥିଲେ। କିଛି ଛୋଟ ପିଲା ଏହି ଦୃଶ୍ଯବିଷୟରେ ଗାଁରେ କହିଥିଲେ। କେତେକ ସାହସୀ ଯୁବକ ଘଟଣା ସ୍ଥଳରେ ପହଞ୍ଚି ସେହି ଦୁହିଁଙ୍କୁ କାବୁ କଲେ। ତଡାଯାଇଥିବା ବାକ୍ସକୁ ଧରି ଗାଁକୁ ଆଣିଲେ। ଉଭୟ ଯୁବକ ସେଠାରୁ ଚମ୍ପଟ୍ ମାରିବାକୁ ଚେଷ୍ଟା କରି ସ୍ଥାନୀୟବ୍ଯକ୍ତି ମାନଙ୍କ ଠାରୁଛେଚା ଖାଇ ବନ୍ଧା ହେଲେ। ବାକ୍ସକୁ ଖୋଲିବା ପରେ ସେଥିରୁ କିଛି ଲୁଗା ପଟା, ସୁନା ଗହଣା, ରୂପା ଅଳଙ୍କାର ଓ ଗୋଟିଏ ପରିବାରର ଆଧାର କାର୍ଡ଼ ରହିଥିବା ଦେଖିବାକୁ ମିଳିଥିଲା। ସେ ସବୁ ଆଧାର କାର୍ଡ଼ ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମର ବୋଲି ଜଣାପଡିଛି। ଏଦୁହେଁ ବାଲିକୁଦା ଥାନା ଅନ୍ତର୍ଗତ ଥାଇଳ ପଞ୍ଚାୟତ କଟିକଟା ଗ୍ରାମର ଆଶିଷ ମଲିକ ଓ ଗାଣ୍ଡୁ ମଲିକ୍ ବୋଲି ବାଲିକୁଦା ଥାନା ଅଧିକାରୀ ଦିଲ୍ଲିପ କୁମର ସାହୁ ପ୍ରକାଶ କରିଛନ୍ତି। ଏହି ଦୁଇ ଜଣ ଅଭ୍ଯାସ ଗତ ଚୋର ଅଟନ୍ତି। ସେମାନଙ୍କର ବୃହତ ନେଟ୍ ୱାର୍କ ରହିଛି। ଏମାନେ ଗତରାତିରେ ଚୋରି କରି ଏଭଳି ଏକାନ୍ତ ସ୍ଥାନରେ ବାକ୍ସ ରଖିଥିଲେ। ଆଜି ଦିନରେ ନେଉଥିବା ବେଳେ ଦୁର୍ଭାଗ୍ୟ ବସତ ଧରାପଡିଲେ। ଏମାନେ ଦୁଇ ତିନୋଟି ଜିଲ୍ଲାରେ ଏହି କାର୍ଯ୍ୟ କରନ୍ତି। ଏମାନଙ୍କ ସହିତ କେତେକ ସବାଖିଆ ମିଶି ଚୋରି କରନ୍ତି। ଅତୀତରେ ଅନେକ ଚୋରି ରହସ୍ୟରପରଦା ଏହି ଦୁଇ ଜଣଙ୍କ ଠାରୁ ମିଳିବ ବୋଲି ଆଶା କରାଯାଉଛି।