ଦୁଇ ଜାତୀୟ ଦଳର ସମର୍ଥକ ବିଜେଡି ରେ ସାମିଲ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପାଞ୍ଚାୟତର ବି.ବ୍ରହ୍ମପୁର ଗ୍ରାମର ଦୁଇ ଜାତୀୟ ଦଳର କର୍ମୀ ଓ ସମର୍ଥକ ୨୩ ତାରିଖ ଦିନ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନସମ୍ପର୍କ ଓ ଜନହିତକର କାର୍ଯ୍ୟରେ ଆକୃଷ୍ଟ ହୋଇ ୨୫ ପରିବାର ବିଜେଡିରେ ସାମିଲ ହୋଇଥିବା ବି.ବ୍ରହ୍ମପୁର ର ଗୋବିନ୍ଦ ସେଠୀ ପ୍ରକାଶ କରିଛନ୍ତି। ସମସ୍ତେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବିଜେଡ଼ିରେ ସାମିଲ ହୋଇଥିବା ବେଳେ ବିଧାୟକ ସେମାନଙ୍କୁ ପୁଷ୍ପମାଲ୍ୟ ଓ ଦଳୀୟ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବିରଞ୍ଚିପୁରର ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ ପ୍ରମୁଖ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ