ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ,୧୧ ଜୁଆଡି ଗିରଫ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଉସ୍ତାପଡା ଓ ଢୁଙ୍କାପଡା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲସରା ପୋଲି ଥାନା ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ଦୁଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ନଗଦ ୨୮ ହଜାର ଟଙ୍କା ଜବତ କରାଯାଇଛି। ଉସ୍ତାପଡ଼ାରେ ଚାଲିଥିବା ଜୁଆ ଆଡ୍ଡାରୁ ୭ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଥିବା ବେଳେ ଢୁଙ୍କାପଡା ଜୁଆ ଆଡ୍ଡାରୁ ୪ ଜଣଙ୍କୁ ଗିରଫ କରି ୧୮ ହଜାର ଟଙ୍କା ଜବତ କରାଯାଇଛି।ଏହାକୁ ନେଇ ପୋଲସରା ପୋଲିସ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିବା ପୋଲସରା ଥାନାଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ