ଦୁଇ ଜୁଆ ଆଡ୍ଡା ରେ ପୋଲିସ ର ଚଢ଼ାଉ୧୫ ଗିରଫ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଏକ ଜୁଆ ଆଡା଼ ଚାଲିଥିବା ଖବର ପାଇ ଗାଂଗପୁର ଡି.ଏସ.ପି ସଂଜୟ କୁମାର ମହାପାତ୍ର ଓ ଆଇ.ଏ.ଏସ ଧିରେଷ୍ କୁମାର ଦାସ ସଦଳ ଵଳେ ଚଢ଼ାଉ କରି ୯ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୮୧୦୦ ଟଙ୍କା ୩ ଟି ମୋଵାଇଲ ଫୋନ ଓ ତାଶ ଜବତ କରି ୮୭/୨୦ ରେ ଏକ ମାମଲା ରୁଜୁ କରି ସମସ୍ତ ଯୁଆଡିଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ପୋଲିସ କହିଛି, ସେହିପରି ଝରପାରି ଗ୍ରାମରେ ଚାଲିଥିବା ଆଉ ଏକ ଜୁଆ ଆଡ୍ଡା ରେ ଗାଂଗପୁର ପୋଲିସ ଚଢ଼ାଉ କରି ନଗଦ ୧୦,୧୦୦ ଟଙ୍କା ୩ ଟି ମୋଵାଇଲ ଫୋନ ଜବତ କରିଥିବା ବେଳେ ୬ ଜଣ ଜୁଆଡିଙ୍କୁ ଗିରଫ ୮୮/୨୦ ରେ ଆଉ ଏକ ମାମଲା ରୁଜୁ କରି ଆସ୍କା କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି