ଦୁଇ ଝିଅକୁ ଧରି ଟ୍ରେନ ସମ୍ମୁଖକୁ ଡେଇଁଲା ମା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ଟ୍ରେନ ଧାରଣା ସମ୍ମୁଖକୁ ଦୁୁଇଝିଅକୁ ଧରି ମା ଡେଇଁବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଥିବା  ଅନୁମାନ କରାଯାଉଛି । ସାମାନ୍ୟ ପାରିବାରିକ କଳହରେ ଉତ୍‌କ୍ଷିପ୍ତ ହୋଇ ମା ନିଜର ଦୁଇ ଝିଅକୁ ଧରି ବ୍ରହ୍ମପୁର ଟ୍ରେନ ଧାରଣାକୁ ଡେଇଁ  ଆତ୍ମହତ୍ୟା କରିଛନ୍ତି  । ଟ୍ରେନ ଦୂର୍ଘଟଣାରେ ମାର ମୃତ୍ୟୁ ହୋଇଥିବା ବେଳେ ୨ ଝିଅ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ଗୋଟିଏ ଝିଅର ହାତ ,ଗୋଡ କଟିଯାଇଥିବା ବେଳେ ଅନ୍ୟ ଜଣେ ଝିଅର ମୁଣ୍ଡରେ ଆଘାତ ଲାଗିଛି । ଜଣେ ଝିଅକୁ ବ୍ରହ୍ମପୁର ବଡ ମେଡିକାଲରେ  ଚିକିତ୍ସିତ ହେଉଥିବା ସମୟରେ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ