ଦୁଇ ଟ୍ରକ ଧକ୍କା; ଚାରି ଆହତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଆଖୁଆପଦା ଛକ ନିକଟରେ ଗତ ରବିବାର ବିଳମ୍ବିତ ରାତ୍ରୀରେ ଦୁଇ ଟ୍ରକ ମଧ୍ୟରେ ଧକ୍କା ହେବା କାରଣରୁ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ (ଓଆର-୦୯କେ୪୧୨୧) ଲୁହା ବୋଝେଇ ଟ୍ରକ ସହ (ଏପି୦୩ଟିଇ୬୬୬୯) ଟ୍ରକ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡିର ଚାଳକ ଓ ଖଲାସିଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲ ପଠାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଗୁରୁତର ଆହତଙ୍କୁ ଭଦ୍ରକ ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ଦିଆଯାଇଛି । ଦୁର୍ଘଟଣା ନେଇ ଥାନା ପକ୍ଷରୁ ୧୯୨/୨୦ମୂଳେ ଏକ ମାମଲା ରୁଜୁ ହୋଇଥିବାବେଳେ ଅନନୁସନ୍ଧାନ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ