ଦୁଇ ଢୋଙ୍ଗି ନାଗା ବାବା ଦୋକାନୀଙ୍କ ଠାରୁ ମୁଦି ପଇସା ଲୁଟ
ଉଦଳା, (ରାଜୀବ ବେହେରା): ଉଦଳା ପରେ ଏବେ ବାରିପଦା ସହରରେ ଦୁଇ ଜଣ ନାଗା ସାଧୁ ବେଶରେ ଆସିଥିବା ଦୁଇ ଢୋଙ୍ଗି ବାବା ଜଣେ ବ୍ୟବସାୟୀଙ୍କ ନିକଟରୁ ପଇସା ସମେତ ହାତରେ ପିନ୍ଧିଥିବା ସୁନାମୁଦୀ ଲୁଟି ନେଇ ଚମ୍ପଟ ମାରି ଥିବା ଘଟଣା ଅଞ୍ଚଳରେ ଚlଞ୍ଚଲ୍ୟ ଖେଳାଇ ଦେଇଛି, ଏବେ ଛଦ୍ମବେଶି ନାଗା ସାଧୁ ଅଞ୍ଚଳରେ ବେଶ ବଦଳାଇ ଘୁରି ବୁଲି ଲୁଟ ଆରମ୍ଭ କରିଛନ୍ତି, ଏହି ଲୁଟେରା ମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଏମିତି କିଛି କାଣ୍ଡ କରୁଛନ୍ତି ଟଙ୍କା, ପଇସା, ସୁନା ଗହଣା ଲୁଟି ନେଉଛନ୍ତି, ସାବଧାନ ରୁହନ୍ତୁ ହୁଏତ ଏହି ଛଦ୍ମ ବେଶୀ ଢୋଙ୍ଗି ବାବା ଆପଙ୍କ ଘର ନିକଟରେ ପହଞ୍ଚି ପାରନ୍ତି, ସେମାନଙ୍କ ଠାରୁ ଦୁରେଇ ରୁହନ୍ତୁ, କୌଣସି ଜିନିଷ କିମ୍ବା ପାଖକୁ ଆସିବାକୁ ଦିଅନ୍ତୁ ନାହିଁ ସେମିତି ସନ୍ଦେହ ହେଲେ ପୋଲିସକୁ ସମ୍ପର୍କ କରନ୍ତୁ, ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କୁ ସୁରକ୍ଷା ଦିଅନ୍ତୁ, ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ ମୁଖ୍ୟ ବଜାର ସ୍ୱାଗତ ହୋଟେଲ ନିକଟରେ, ସୂଚନା ମୁତାବିକ ବାରିପଦା ସହର ଅମ୍ବିକା ସାହି ୫ ନମ୍ବର ୱାର୍ଡ ରେ ରହୁଥିବା ସ୍ବର୍ଗତ ହେମ ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା ୫୦ ଗତକାଲି ଏହି ଢୋଙ୍ଗି ଛଦ୍ମ ବେଶୀ ନାଗା ସାଧୁଙ୍କ ଲୁଟର ଶିକାର ହୋଇ ଛନ୍ତି, ହଁ ଦର୍ଶକ ବନ୍ଧୁ ନିଜକୁ ହରିଦ୍ୱାର ନାଗା ସାଧୁ କହୁଛନ୍ତି ଆଉ ଏମିତି କିଛି ହିପ୍ନଟାଇସ ଭଳି କାମ କରି ସବୁକିଛି ଲୁଟି ନେଉଛନ୍ତି, ହରିଦ୍ୱାରରୁ ଆସିଥିବା ଛଦ୍ମ ବେଶୀ ଢୋଙ୍ଗି ଦାଢ଼ି ଆଉ ଗେରୁଆ ଚିତା ମାରି ନିଜକୁ ନାଗା ସାଧୁ କହି ବେପାରୀଙ୍କ ସହିତ କିଛି କଥାବାର୍ତ୍ତା ହେବା ସହିତ ଲୁଟି ନେଇ ଫେରାର ମାରିଛନ୍ତି, ହଁ ଲୁଟ ପୂର୍ବରୁ ବେପାରୀଙ୍କୁ ଏମିତି କିଛି କହିଛନ୍ତି, ହଁ ତୁମର ଭାଗ୍ୟ ଖରାପ ଅଛି କହି ଫୁଙ୍କାଫୁଙ୍କି ଆରମ୍ଭ କରି ବେପାରୀଙ୍କୁ ଏମିତି କଣ କରିଦେଲେ ତେବେ କିଛିସମୟ ଭିତରେ ତାଙ୍କ ନିକଟରୁ ସୁନା ମୁଦି ଏବଂ କିଛି ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ଆଜି କରିଛନ୍ତି ବ୍ୟବସାୟୀ ଜଣକ, ତାଙ୍କ କହିବା ମୁତାବକ ସେ ଯେତେବେଳେ ସେମାନଙ୍କ ସହିତ କଥା ହେଉଥିଲେ ଠିକ ଥିଲେ ଫୁଙ୍କା ଫୁଙ୍କି କରିବା ପରେ ନିଜ ନିୟନ୍ତ୍ରଣ ହରାଇ ବସିଲେ ପ୍ରତିବାଦ କରିବାକୁ ଚାହୁଁ ଥିଲେ ମଧ୍ୟ ପାଟି ଫିଟାଇ ପାରୁ ନଥିବା କହିଛନ୍ତି, ସେମାନେ ଯାହା ନିର୍ଦେଶ ଦେଲେ ସେଇ କାମ ମୁଁ କଲି ଆଉ ସେମାନେ ସେହିଠାରୁ ପଳାଇ ଯିବା ପରେ ସବୁ କିଛି ଜାଣି ପାରି ସେମାଙ୍କୁ ସହର ସାରା ଖୋଜିଲୁ ହେଲେ ପାଇଲୁ ନାହିଁ, ତେବେ ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି, ବାରିପଦା ଟାଉନ ଥାନା ପୋଲିସ ଲୁଟ କରି ଫେରାର ହୋଇ ଥିବା ଢୋଙ୍ଗି ନାଗା ବାବାକୁ କେବେ ଧରି ଏହି ଗ୍ୟାଙ୍ଗର ପର୍ଦାଫାଶ କରୁଛି, ଘଟଣା ସମୟର ଦୃଶ୍ୟ ସିସି ଟିଭିରେ ଉତ୍ତଳନ ହୋଇଛି.


