ଦୁଇ ଦିନରେ୨୧କୋରନା ପଜେଟିଭ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ ବେଶ କିଛିଦିନ ହେଲା କୋରନା ଆକ୍ରାନ୍ତ ସଂଖ୍ୟା କମିଥିବା ବେଳେ ଦୋକାନ ବଜାର ମନ୍ଦିର,ଚର୍ଚ୍ଚ,ଭଳି ବିଭିନ୍ନ ଆବଶ୍ୟକ ଅନୁଷ୍ଠାନ ଗୁଡ଼ିକ ଖୋଲିଛି | କିନ୍ତୁ ଲୋକେ ମାନୁନାହାଁନ୍ତି କୋଭିଡ ନିଅମ ନା ମାକ୍ସ, ନା ସାମାଜିକ ଦୁରତା, ସାନିଟାଇଜର ଜାହାରି ଫଳରେ ଗତ ତିନି ଦିନ ଧରି ଆରମ୍ଭ ହଇଛି କୋଭିଡ ଟେଷ୍ଟ | ସରକାରଙ୍କ ନିଅମ ଅନୁଯାଇ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ କର୍ମଚାରୀ ମନେ କୋଭିଡ ଟେଷ୍ଟ କରିବା ପାଇଁ ବାଧ୍ୟତାମୂଳକ | ତେଣୁ ମୋହନା ମେଡିକାଲ ପରିସର ରେ ଚାଲିଥିବା କୋଭିଡ ଟେଷ୍ଟ ପାଇଁ ଭିଡ଼ ଜମିଛି | ଶୁକ୍ରବାର ଦିନ୧୧ଜଣ ପଜେଟିଭ ଥିବା ବେଳେ ସେଥି ମଧ୍ୟରୁ ଶିକ୍ଷକ୯ଜଣ ଆକ୍ରାନ୍ତ ହଇଥିଲେ, ଆଜି ପୁଣି ୧୦ଜଣ ପଜେଟିଭ ଭାରି ଥିବା ମୋହନା ମେଡ଼ିକାଲ ପକ୍ଷରୁ ସୂଚନା ଦେଇଛନ୍ତି | ଏହା ସହ ଲୋକେ ସଚେତନ ନ ରହିଲେ ଆଗକୁ ପୁଣି ବଢି
ପାରେ ଆକ୍ରାନ୍ତ ସଂଖ୍ୟା ବୋଲି ଡ଼ା. ନମିତା ପଣ୍ଡା କହିଛନ୍ତି |