ଦୁଇ ଦିନରେ ଫେରିଲେ ୧୩୬ ଜଣ ପ୍ରବାସୀ ଓଡିଆ

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ପ୍ରବାସୀ ଓଡିଆଙ୍କ ନିଜ ଘର ବାହୁଡା ସେତିକି ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆମାନେ ସୁରାଟ, ମୁମ୍ବାଇ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ଅଂଚଳରୁ ଆସିଛନ୍ତି । ଗତକାଲି ଓ ଆଜି ମଧ୍ୟରେ ୧୩୬ ଜଣ ପ୍ରବାସୀ ଓଡିଆ ଟ୍ରେନ ଓ ବସ ମାଧ୍ୟମରେ ଫେରିଛନ୍ତି ଗଜପତି ଜିଲ୍ଲା ମୋହନାକୁ । ଏମାନେ ତେଲେଙ୍ଗାନା, ତାମିଲନାଡୁ,ମୁମ୍ବାଇ ଆଦି ରାଜ୍ୟରୁ ଫେରିଛନ୍ତି । ଏମାନଙ୍କୁ ମୋହନା ବ୍ଳକ ପ୍ରଶାସନ ଜଗନ୍ନାଥପୁର, ଗିରିସୋଲା ଗେଟ୍ ଆଦି ଜାଗାରୁ ଆଣି ଗୁଣ୍ଡିମା, ଲବାରସିଂ, ଯୁବ, ଚାନ୍ଦିପୁଟ, ଚନ୍ଦ୍ରଗିରି ଆଦି ଅଂଚଳରେ ଥିବା କ୍ୱାରେଂନଟାଇନ ଗୃହରେ ରଖାଯାଇଛି ବୋଲି ବିଡିଓ ବଂଶୀଧର ଖୋସଲା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ