ଦୁଇ ଦିନିଆ କଳାହାଣ୍ଡି ଗ୍ରସ୍ତରେ ଆସୁଛନ୍ତି ୫ଟି ସଚିବ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦୁଇ ଦିନ କଳାହାଣ୍ଡି ଗ୍ରସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ l ଜିଲ୍ଲା ର ଅନେକ ଉନ୍ନତମୂଳକ କାର୍ଯ୍ୟର ସମୀକ୍ଷା କରିବେ ୫ଟି ସଚିବ l ବିମାନ ଯୋଗେ ଆସି କଳାହାଣ୍ଡି ଉତ୍କେଲା ବିମାନ ବନ୍ଦର ରେ ୧୦ ଟା ରେ ଅବତରଣ କରିବେ ଏବଂ ସେଠାରୁ ବେଳଖଣ୍ଡି ର ପ୍ରାଚୀନ ଶୈବପିଠ ପରିଦର୍ଶନ ପାଇଁ ଯିବେ l ସେଠୁ ମଦନପୁର ରାମପୁର ଡାକ୍ତରଖାନା, ସାନ୍ଦୁଲ ନଦୀ ପ୍ରକଳ୍ପ ଦେଖିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବେ ପରେ ନର୍ଲାର ମିଶନ ଶକ୍ତି କେଫେ ଏବଂ ମିନି ଷ୍ଟାଡିଅମ ପରିଦର୍ଶନ କରିବେ ସେଠାରୁ ପ୍ରାୟ ୨ ଟା ସମୟରେ ଭବାନୀପାଟଣା ପୋଲିସ ହାଇସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସେଠାରୁ ଆଶା ସାଗର ପରିଦର୍ଶନ କରି ସ୍ଥନୀୟ ଲୋକଙ୍କ ସହିତ ଆଲୋଚନା କରି ତାର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ୫ଟି ସଚିବ ଭିକେ ପାଣ୍ଡିଆନ ପରେ ସେଠାରୁ ବାହାରି ପ୍ରାୟ ୩.୩୦ ରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିଅମ ପରିଦର୍ଶନ କରି ମାଁ ଲଙ୍କେଶ୍ୱରୀଙ୍କ ଦର୍ଶନ କରିବେ ଏବଂ କେମିତି ବିକାଶ କରାଯିବ ସେ ନେଇ ସ୍ଥାନୀୟ ଜୁନାଗଡ଼ର ଲୋକଙ୍କ ସହିତ ଆଲୋଚନା କରିବେ ପରେ ପୁଣି ଥରେ ଭବାନୀପାଟଣା ପ୍ରତ୍ୟାବର୍ତନ କରି ସରକାରୀ ମେଡିକାଲ କଲେଜ ପରିଦର୍ଶନ କରି କଲେଜ ର କେମିତି ଉନ୍ନତିକରଣ ହେବ ସେ ନେଇ କଲେଜ ପ୍ରିନ୍ସିପାଲ ଏବଂ କଲେଜ ଷ୍ଟାଫସହିତ ଆଲୋଚନା କରିବେ ପରେ ଜିଲ୍ଲାର ଅନେକ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ l ପରେ ଭବାନୀପାଟଣା ଟାଉନହଲ ପହଞ୍ଚି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କ ସହିତ ଆଲୋଚନା କରି ସ୍ପୋର୍ଟ୍ସ ହଷ୍ଟେଲ ପରିଦର୍ଶନ ପାଇଁ ଯିବେ ଏହା ପରେ ଭଟାଙ୍ଗପଦର ଇକୋ ଟୁରିଜମ ରେ ରାତ୍ରି ଜାପାନ କରିବାର କାର୍ଯ୍ୟକ୍ରମ ରହିଛି l


