ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ମହିଳା ଓ ଶିଶୁ ବିକାଶ ଗୃହ କମିଟି
କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ଓଡିଶା ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟି ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ କଫି ବଗିଚା ଓ ଦେଓମାଳୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି। କମିଟିର ଅଧ୍ୟକ୍ଷା ସୀମାରାଣୀ ନାୟକ, ସଦସ୍ୟା ପ୍ରମିଳା ମଲ୍ଲିକ, ସୁଜାତା ସାହୁ,ସଞ୍ଜଳୀ ମୁର୍ମୁ, ଉପାସନା ମହାପାତ୍ର,ସୋଫିଆ ଫିରଦୋସ,ବର୍ଷା ସିଂହ ବରିହା,ମନୋରମା ମହାନ୍ତି ପ୍ରମୁଖ କଫି ବଗିଚା ପରିଦର୍ଶନ କରିବା ପରେ ଦେଓମାଳୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସେହି ସମୟରେ ଉପସ୍ଥିତ ଥିଲେ। ଆଜି ଦେଓମାଳୀ କଟେଜ ରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସୋମବାର ଦିନ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଲୁଙ୍ଗୁରୀ ଅଙ୍ଗନୱାଡି କେନ୍ଦ୍ର , ମିସିଙ୍ଗଗୁଡା କଫି ଚାରା ରୋପଣ କେନ୍ଦ୍ର ଏବଂ ରାଜପୁଟ ମିଲେଟ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରିବା ପରେ କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପଂଚାୟତରାଜ ପ୍ରତିନିଧିଙ୍କୁ ନେଇ ବିଭାଗର ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।୨୦ ତାରିଖ ସକାଳେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଜୟପୁର ଏୟାର ପୋର୍ଟ ଠାରେ ପହଞ୍ଚିବା ପରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଏସପି ରୋହିତ ବର୍ମା, ଜୟପୁର ଉପ ଜିଲ୍ଲାପାଳ ଏ ଶସ୍ୟା ରେଡ୍ଡୀ, କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।