ଦୁଇ ଦିନିଆ ଜିଲ୍ଲା ପଞ୍ଚାୟତିରାଜ ପ୍ରଶିକ୍ଷଣ ଶିବିର ଉଦଯାପିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ରାଜ୍ୟ ବିଜେପି ପଞ୍ଚାୟତିରାଜ ପରିଷଦ ଆନୁକୂଲ୍ୟରେ ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଶତାଧିକ ବିଜେପି କର୍ମୀ ମାନେ ଶୋଭାଯାତ୍ରା ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା କରି ଯାତ୍ରୀନିବାସ ପରିସରକୁ ପାଛୋଟି ଆଣିଥିଲେ। ସାରା ଭାରତରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପଞ୍ଚାୟତର ପ୍ରତିନିଧିମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ପ୍ରଥମ ଦିନ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ସଂଗଠକ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଯୋଗଦେଇଥିବା ବେଳେ। ରାଜ୍ୟ ବିଜେପି ପଞ୍ଚାୟତିରାଜ ପରିଷଦ ଆବାହକ ଶଙ୍କର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଭାଗ ନେଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳ ସଫଳତା ନେଇ ରଣକୌଶଳ ପ୍ରସ୍ତୁତି, ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ବାବଦରେ ଆସୁଥିବା ଅର୍ଥରାଶି ଗ୍ରାମ ସଭା ଓ ପଲ୍ଲୀ ସଭା ମାଧ୍ୟମରେ କରି ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନିମନ୍ତେ ସରକାରୀ ନିୟମ ଥିବା ବେଳେ ତାହା ରାଜ୍ୟ ସରକାରଙ୍କ ଦ୍ଵାରା କରାନଯିବା ଦୁର୍ନୀତିକୁ କିଭଳି ଭାବେ ପ୍ରଶୟ5 ଦେଉଛି,ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଅବଗତ କରାଇବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଆଜି ଏହି ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ ଅଧକ୍ଷ ଓ ଉପାଧ୍ୟକ୍ଷ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ର ମନ୍ତୀ ଅଶ୍ୱନୀ ବୈଷ୍ଣବ ସମେତ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ସମେତ ଅନେକ ବରିଷ୍ଠ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି।


