ଦୁଇ ଦିନିଆ ଜିଲ୍ଲା ଯୁବ ମହୋତ୍ସବ

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ): ଆସନ୍ତା ନଭେମ୍ବର ୨୧ ଓ ୨୨ ତାରିଖ ଦୁଇଦିନ ବ୍ୟାପୀ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ବାଲେଶ୍ୱର ସଦର ମହକୁମାଠାରେ ଆୟୋଜିତ ହେବ । ଏ ନେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଏହି ମହୋତ୍ସବ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଅନୁଷ୍ଠିତ ହେବ । ଏଥିରେ ବ୍ଲକ ଏବଂ ପୌରାଞ୍ଚଳଗୁଡିକରୁ ଚୟନ ହୋଇ ୧୩ ରୁ ୩୫ ବର୍ଷ ବୟସର ଯୁବକ ଯୁବତୀ ଜିଲ୍ଲାସ୍ତରର ଏହି ପ୍ରତିଯୋଗିତାମୂଳକ ମହୋତ୍ସବରେ ଯୋଗ ଦେବେ । ଯେଉଁ ଯୁବକ ଯୁବତୀ ଜିଲ୍ଲାସ୍ତରରେ କୃତକାର୍ଯ୍ୟ ହେବେ ସେମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ମହୋତ୍ସବରେ ଯୋଗ ଦେବେ । ଏହି ମହୋତ୍ସବରେ ଲୋକ ନୃତ୍ୟ (ଦଳଗତ), ଲୋକଗୀତ (ଦଳଗତ), ଏକାଙ୍କିକା, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ, ବଂଶୀ ବାଦନ, ତବଲା, ମୃଦଙ୍ଗମ, ହାରମୋନିୟମ, ଗିଟାର, ଓଡିଶୀ ଓ ବକ୍ତୃତା ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଏହିସବୁ ପ୍ରତିଯୋଗିତାରେ ବିଚାରକ ଭାବେ ବାଲେଶ୍ୱର ଜିଲ୍ଲା ବାହାରୁ ବିଶେଷଜ୍ଞମାନଙ୍କୁ ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିବେଶୀରେ ୨୫ ଜଣ ପ୍ରତିଯୋଗୀ ପ୍ରତି ବ୍ଲକ ଓ ପୌରାଞ୍ଚଳ ତରଫରୁ ପ୍ରତିନିଧିତ୍ୱ କରିପାରିବେ ବୋଲି ସ୍ଥିର କରାଯାଇଛି । କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସକାଶେ ପୋଷ୍ଟର ମଧ୍ୟମରେ ପ୍ରଚରାର କରିବା ପାଇଁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଅଧିକ ଜାଣିବା ନିମନ୍ତେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରୁ ପ୍ରକଳ୍ପ ନିର୍ଦ୍ଦେଶକ, ଡି.ଆର.ଡି.ଏ, ରାମଚନ୍ଦ୍ର ଜେନା, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାଷ ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ୱନୀ ରାଉତ, ଏନ.ଏସ.ଏସ ସଂଯୋଜକ ଶିବଶଙ୍କର ତରାଇ ଓ ଜିଲ୍ଲା କ୍ରୀଡାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ