ଦୁଇ ଦିନିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘର ୧୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ସ୍ଥାନୀୟ କାର୍ମେଲ ରୋଡ୍ ଠାରେ ଦୁଇ ଦିନିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଗଞ୍ଜାମ ଜିଲ୍ଲାର ୮ ଗୋଟି ଦଳ ଭାଗ ନେଇଛନ୍ତି । ପୁତ୍ତି ଗୋପାଳପୁର, ବଡପୁଟି, ହୁମ୍ମା, ସାମିଆପଲ୍ଲୀ, ଦାସପୁର, ରାଇଜିଙ୍ଗ ଷ୍ଟାର, ବାଲିବଗଡ ଓ ଯଜ୍ଞଶାଳା ଟିମ୍ ଖେଳିଛନ୍ତି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ଦାଶ,ଆଇଆରଇଏଲ କମ୍ପାନୀର ଡିଜିଏମ ଗତିକୃଷ୍ଣ ନାୟକ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ପରାମର୍ଶ ଦାତା ବି. ଶ୍ରୀନିବାସ, ଅବସରପ୍ରାପ୍ତ ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥି, ୟୁଥ ମାସ ସେବା ସଂଘର ଚେୟାରମ୍ୟାନ ବନମାଳି ନେପାକ, ଉପଦେଷ୍ଟା ଆୟୁବ ଖାନ୍ ଓ ରାଜେଶ କୁମାର ସାହୁ, କେ. ରମେଶ, ତ୍ରିଲୋଚନ ବେହେରା, ରାଇଜିଙ୍ଗ ଷ୍ଟାର ଭଲିବଲ ଟୁର୍ଣ୍ଣାମେଣ୍ଟର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ, ବିପ୍ର ଚରଣ ସାହୁ, ୟୁଥମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ୟୁଥମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇଜିଂ ଷ୍ଟାର ଭଲିବଲ ଟୁର୍ଣ୍ଣାମେଣ୍ଟ ର ସମସ୍ତ୍ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।


