ଦୁଇ ଦିନିଆ ରାଜ୍ୟ ସ୍କାଉଟ ପୁରସ୍କାର ପରୀକ୍ଷା ଶୁଭାରମ୍ଭ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନିଆ ରାଜ୍ୟ ସ୍କାଉଟ୍ ପୁରସ୍କାର ପରୀକ୍ଷା ର ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ରେଶମ ଲାଲ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭେନ ମଣ୍ଡଳ, ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଯୋଗ ଦେଇଥିଲେ। ରାଜ୍ୟ ପ୍ରଶିକ୍ଷଣ କମିଶନ ଶୁଭଜିତ ସେନ ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀଙ୍କ ରାଜ୍ୟ ପୁରସ୍କାର ପ୍ରାପ୍ତ ପାଇଁ ବିଭିନ୍ନ କୌଶଳ ଓ ଦକ୍ଷତା ପରୀକ୍ଷା ନେଇଥିଲେ। ଗଣ୍ଠି ବାନ୍ଧିବା ଓ ପଟି ବାନ୍ଧିବା ଆଦି କୌଶଳ ନିରୀକ୍ଷଣ କରି ଥିଲେ। ଏଥିରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ୧୧୫ ଜଣ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ରାଜ୍ୟ ସ୍କାଉଟ ପୁରସ୍କାର ପରୀକ୍ଷା ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍କାଉଟ ପରିଚାଳନା କମିଶନ ବ୍ରଜବନ୍ଧୁ କାଣ୍ଡି, ପବିତ୍ର ହାଲଦାର, ଗାଇଡ ଜ୍ଞାନ ଜ୍ୟୋତି ମହାନ୍ତି, ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ କୁମାର ପଟ୍ଟନାୟକ, ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ଆସିଥିବା ସ୍କାଉଟ କ୍ୟାପ୍ଟେନ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ହେମନ୍ତ ସାମଲ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ