ଦୁଇ ଦିନ ବର୍ଷିବ

ଭୁବନେଶ୍ୱର : ସମ୍ପ୍ରତି ସାରା ରାଜ୍ୟରେ ଶୀତ ଲହରୀ ଆରମ୍ଭ ହୋଇଯାଇଥିବାବେଳେ ଆସନ୍ତା ଦୁଇଦିନ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେବ। ୮ ତାରିଖରେ ଉପକୂଳ ଓଡ଼ିଶା ଓ ୯ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୬ ଦିନ ମଧ୍ୟରେ ତାପମାତ୍ରାରେ ସେତେଟା ଫରକ ଆସିବ ନାହିଁ। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରେକର୍ଡ ‌କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ