ଦୁଇ ଦିବ୍ୟାଙ୍ଗ ଭଉଣୀଙ୍କୁ ମିଳୁନି ଭତ୍ତା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଡିଆ ପଞ୍ଚାୟତ ନିମଗଢିଆ ଗ୍ରାମର ଦୁଇ ଦିବ୍ୟାଙ୍ଗ ଭଉଣୀଙ୍କୁ ଭତ୍ତା ମିଳୁନଥିବା ନେଇ ବିଡିଓଙ୍କ ଠାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ନିମଗଢିଆ ଗ୍ରାମର ମଦନ ମୋହନ ଦାସ ଜଣେ ଅନୁସୂଚିତ ଜାତି ଓ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ଘରେ ୩ ଝିଅ, ପତ୍ନୀ ସମେତ ୫ ପ୍ରାଣୀ କୁଟୁମ୍ବଙ୍କୁ ପରର ମୂଲ ଲାଗି ପ୍ରତିପୋଷଣ କରିଥାନ୍ତି । ୩ ଝିଅଙ୍କ ମଧ୍ୟରୁ ଦୁଇ ଝିଅ ସଞ୍ଜୁଲତା(୨୮) ଓ ରଞ୍ଜୁଲତା(୨୪) ଦିବ୍ୟାଙ୍ଗ ଅଟନ୍ତି । ଏ ଦୁଇ ଭଉଣୀ ଭିନ୍ନକ୍ଷମ ଭତ୍ତା ପାଇବା ନେଇ ଅନଲାଇନ୍ରେ ଆବେଦନ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିପାରିନାହିଁ । ଭତ୍ତା ପାଇବା ନେଇ ସେମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଦୌଡୁଛନ୍ତି । ଏହି ଦିବ୍ୟାଙ୍ଗ ଦୁଇ ଭଉଣୀଙ୍କୁ ସମାଜସେବୀ ଶିବ ନାରାୟଣ ବିଶ୍ୱାଳ ସମସ୍ତ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି ।


