ଦୁଇ ଦୀବସୀୟ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଛଉନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ବାମନଘାଟି ଅଞ୍ଚଳରେ ଥିବା ୭ ଟି ବ୍ଲକର ଛଉ ନୃତ୍ୟ ଅନୁଷ୍ଠାନ ମାନଙ୍କୁ ନେଇ ସ୍ଥାନୀୟ ରାଇରଙ୍ଗପୁର ଛଉ ମଣ୍ଡପ ଠାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଓ ଦୁଇ ଦିନ ଧରି ଆୟୋଜିତ ହୋଇଥିବା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବିକାଶ ରଞ୍ଜନ ମହାନ୍ତି ଉଦଘାଟନ କରିଥିଲେ I ଏଥିରେ ସମୁଦାୟ ୧୬ ଟି ନୃତ୍ୟ ଦଳ ସାମିଲ ହୋଇ ଅଂଶ ଗ୍ରହଣ କରିଥିଲେ I ଏଥିରେ ପ୍ରଥମ ସ୍ଥାନ ବାଦଡା ଛଉ ନୃତ୍ୟ ପ୍ରତିଷ୍ଠାନ(ଦଣ୍ଡି ନୃତ୍ୟ) ରାଇରଙ୍ଗପୁର, ଦ୍ୱିତୀୟ – ନବଜ୍ୟୋତି ଛଉ କଳା ପରିଷଦ,ସାନସିମିଳା (ରାଇରଙ୍ଗପୁର), ତୃତୀୟ-ଭଞ୍ଜଭୂମି ଛଉ କଳା ପରିଷଦ, ରେଙ୍ଗାଲବେଡା, (ତିରିଂ), ଚତୁର୍ଥ -ପାମନି ପାହାଡ଼ ଛଉ ନୃତ୍ୟ ପ୍ରତିଷ୍ଠାନ, ଅଁଳାଯୋଡି (ବହଳଦା), ପଞ୍ଚମସ୍ଥାନ – ବିଶ୍ୱନାଥ ଛଉ, ତାଳଗାଁ, (ଜାମଦା)ପ୍ରମୁଖଙ୍କୁ ଆଗାମୀ ବାରିପଦାରେ ହେବାକୁ ଥିବା ନୃତ୍ୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତିଓବାମନଘାଟି ଛଉ ନୃତ୍ୟ ପ୍ରତିଷ୍ଠାନର ସମ୍ପାଦକ ଦୁଷ୍ମନ୍ତ କୁମାର ବସା ସ୍ୱାଗତ ଭାଷଣ ଦେଇଥିଲେଓ ଏଥିରେ ପ୍ରତିଷ୍ଠାନର ଉପ ସଭାପତି ଦ୍ୱାରିକା ନାଥ ମହାନ୍ତ, ବରିଷ୍ଠ ସଦସ୍ୟ ଜୀବନ ପାତ୍ର, ସୁଶୀଲ ମହାନ୍ତ,ସୃଷ୍ଟିଧର ମହାନ୍ତ,ବିଭୁତି ମହାନ୍ତ, ରାଜକାପୁର ମହାନ୍ତ,ଲିଙ୍କନ ମହାନ୍ତ, ପୂର୍ଣ୍ଣ ମହାନ୍ତ, କର୍ଣ୍ଣ ମହାନ୍ତ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଓ ଶେଷରେ ଲୋକମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ I


