ଦୁଇ ଦେଶୀ ପିସ୍ତଲ ଜବତ, ଦୁଇ ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ବୁଗୁଡା ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଓ ନୟାଗଡ଼ ଅଞ୍ଚଳର ଜଣେ ବ୍ୟକ୍ତି ଠାରୁ ଗୋଟିଏ ଲେଖାଏଁ ଦୁଇଟି ଦେଶୀ ପିସ୍ତଲ ଜବତ ହୋଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଦୁଇ ଅଭିଯୁକ୍ତ ହେଲେ ହାଡୁବନ୍ଧୁ ଜେନା ଓ ରବୀନ୍ଦ୍ର ନାୟକ। ହାଡୁବନ୍ଧୁ ଜେନା ବୁଗୁଡା ବୁଗୁଡା ଅଞ୍ଚଳର ହୋଇଥିବା ବେଳେ ରବୀନ୍ଦ୍ର ନାୟକ ନୟାଗଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି। ଦୁହେଁ ଅପରାଧ କାର୍ଯ୍ୟ ପାଇଁ ଅଭିଯୁକ୍ତ ଦ୍ୱୟ ଦେଶୀ ପିସ୍ତଲ ରଖିଥିବା ଖବର ମିଳିବା ପରେ ବୁଗୁଡା ପୋଲିସ ଦ୍ୱାରା ଧରାପଡି ଗିରଫ ହୋଇଥିଲେ। ବୁଗୁଡା ପୋଲିସ ଏହି ଦୁଇ ଅଭିଯୁକ୍ତ ହାଡୁବନ୍ଧୁ ଓ ରବୀନ୍ଦ୍ର କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ପିସ୍ତଲ ଜବତ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନଂ ୪୩୬/୨୨ ଆର୍ମ ଆକ୍ଟ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ