ଦୁଇ ନକଲି ସାମ୍ବାଦିକ ଗିରଫ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ରାଜଧାନୀରୁ ପୁଣି ବନ୍ଧା ହୋଇଛନ୍ତି ୨ ନକଲି ସାମ୍ବାଦିକ । ଉଭୟ ଏକ ୱେବ୍ ଚ୍ୟାନେଲରେ କାମ କରୁଥିବା ବେଳେ ଜଣେ ମହିଳାଙ୍କୁ ବ୍ଲାକ୍ ମେଲ କରୁଥିବା ଅଭିଯୋଗରେ ମେଂଚଶ୍ୱର ପୋଲିସ୍ ଦ୍ୱାରା ଗିରଫ ହୋଇଛନ୍ତି ।ଗିରଫ ଦୁଇ ଜଣ ୱେବ ସାମ୍ବାଦିକ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ ଓ ଚନ୍ଦ୍ରକାନ୍ତ ଦଳେଇ । ଦୁଇ ଜଣଙ୍କ ଠାରୁ କମ୍ପ୍ୟୁଟର, ପ୍ରିଂଟର, ବୁମ୍ ଜବତ କରିଛି ମେଂଚଶ୍ୱର ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ମେଂଚଶ୍ୱର ଅଂଚଳର ଜଣେ ମହିଳା ଚକେଇଶିଆଣିର ଅନ୍ୟ ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ଦଶ ହଜାର ଟଙ୍କା ଧାର ଆଣିଥିଲେ । ଅଭିଯୋଗକାରୀ ମହିଳା ଜଣଙ୍କ ଟଙ୍କା ଦେବା ବିଳମ୍ବର କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏ ନେଇ ଟଙ୍କା ଧାର ଦେଇଥିବା ମହିଳାଙ୍କ କଥାରେ ଦୁଇ ୱେବ ସାମ୍ବାଦିକ ସମ୍ପୃକ୍ତ ମହିଳାଙ୍କୁ ଟଙ୍କା ମାଗି ଧମକ ଦେବା ସହ ସୋସିଆଲ୍ ମିଡିଆରେ ଖବର ପ୍ରସାରଣ କରି ବଦନାମ କରିବାକୁ ଭୟ ଦେଖାଇଥିଲେ । ଗତ ୩ ତାରିଖରେ ମହିଳା ଜଣଙ୍କ ଦୁଇ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ମେଂଚଶ୍ୱର ଥାନା ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ