ଦୁଇ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ କରିଥିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ନାଟକ ଦେଖି ଫେରୁଥିବା ବେଳେ ଦୁଇ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ କରିଥିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ l କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ରାତିରେ ନାଟକ ଦେଖି ଫେରୁଥିବା ବେଳେ ଜୋର ଜବାରଦସ୍ତି ଉଠେଇ ନେଇ ଦୁଇ ଜଣ ନାବାଳିକାଙ୍କୁ ୫ ଜଣ ଦୁଷ୍କର୍ମ କରିଥିଲେ l ଥାନାରେ ଏତଲା ପରେ ସମସ୍ତ ଅଭିଯୁକ୍ତ ଫେରାର ଥିଲେ ଆଜି ୫ ଅଭିଯୁକ୍ତ ଙ୍କ ମଧ୍ୟରୁ ୪ଜଣ ଙ୍କୁ ଅଟକ ରଖିଥିବା ବେଳେ ଆଉ ଜଣେ ଫେରାର ରହିଥିବା ଜଣା ପଡିଛି l