ଦୁଇ ନୂଆ ସଦସ୍ୟ “ବିଗ୍ ବସ୍‌’ ଘରେ ଏଣ୍ଟ୍ରି

ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ “ବିଗ୍ ବସ୍‌’ର ଚଳିତ ସିଜନରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି । ଗତ ଶନିବାର ସେମାନେ “ବିଗ୍ ବସ୍‌’ ଘରେ ଏଣ୍ଟ୍ରି କରିଥିଲେ । ସେମାନେ ହେଉଛନ୍ତି-ସୋସିଆଲ୍‌ ମିଡିଆରେ “ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ ରାଜନୀତିକ ଡିବେଟରେ ପ୍ୟାନେଲିଷ୍ଟ ଭାବେ ଭାଗ ନେଉଥିବା ତହସିନ ପୁନାବାଲା । “ବିବି’ ହାଉସରେ ଏହି ଦୁଇ ଜଣଙ୍କର ଏଣ୍ଟ୍ରି ପରେ ଏବେ ସେଠାରେ ଆହୁରି ବହୁତ ଡ୍ରାମା ଓ ଧମାକା ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଶନିବାର ଦିନ “ବିଗ୍ ବସ୍‌’ର ହୋଷ୍ଟ୍ ସଲମାନ୍ ଖାନ୍ ବହୁତ ରାଗି ଯାଇଥିଲେ । ବିଶେଷ କରି ପାରସ ଛାବ୍ରା ଓ ଶେଫାଳିଙ୍କର ଅଭଦ୍ରାମୀ ବଢ଼ିବାକୁ ଲାଗିଥିବାରୁ ସଲମାନ୍ ସେମାନଙ୍କୁ ବହୁତ ଗାଳି କରିଥିଲେ । ଏହା ବ୍ୟତୀତ ରଶ୍ମି ଓ ଦେବାଲିନାଙ୍କ ଉପରେ ସେ ଖୁବ୍ ବର୍ଷି ଥିଲେ । ସଲମାନ କହିଥିଲେ, “ତୁମେମାନେ ସବୁବେଳେ କହୁଛ ଯେ ଆଉ ବିଗ୍ ବସ୍ ଘରେ ରହିବନି । ଆଜି ମୁଁ ବବି-ହାଉସର ଗେଟ୍ ଖାଲି ଦେଉଛି, ଯିଏ ଯିବା କଥା ଯାଅ”? ଅନ୍ୟ ଜଣେ ପ୍ରତିଯାଗୀ ଅସୀମ୍‌ଙ୍କୁ ବି ସଲମାନ୍ ଗାଳି କରିଥିଲେ । କାରଣ ସେ “ବିବି’ ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ