ଦୁଇ ପଡୋଶୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  କୁଶପଡା ଗ୍ରାମରେ ଶନିବାର ସକାଳେ ୨ ପଡୋଶୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪ ଜଣ ଆହତ ହୋଇଛନ୍ତି।ଘର ଆଗରେ ଅଟୋ ରଖାଯିବାକୁ ନେଇ ପ୍ରଥମେ ବଚସା ଓ ପରେ ତାହା ଉଗ୍ରରୂପ ନେଇ ୨ ପଡୋଶୀ ପରସ୍ପରକୁ ଆକ୍ରମଣ କରିଥିଲେ।ଏଥିରେ ଶତୃଘ୍ନ ବିଷୋୟୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମା’ ମାମିନି ବିଷୋୟୀ, ପଡୋଶୀ ଟୁକୁନା ବିଷୋୟୀ ଏବଂ ତାଙ୍କ ଭାଇ ବୁଲୁ ବିଷୋୟୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ଶତୃଘ୍ନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଚିକିତ୍ସିତ ପରେ ସେ ଥାନାରେ ଏତଲା ଦେଇଛନ୍ତି।ତାଙ୍କ ମା’ ମାମିନି ବିଷୋୟୀଙ୍କୁ ପଡୋଶୀ ୨ ଭାଇ ଟଣାଓଟରା କରିଥିବା ମଧ୍ୟ ଏତଲାରେ ଦର୍ଶାଯାଇଛି।ସେହିଭଳି ଶତୃଘ୍ନ ଇଟା ଖଣ୍ଡ ଦ୍ଵାରା ମାଡମାରି ପଡୋଶୀ ଟୁକୁନା ଏବଂ ବୁଲୁଙ୍କୁ ଆହତ କରିଥିବା ସେମାନେ ପାଲଟା ଏତଲା ଦେଇଛନ୍ତି।ଦିଗପହଣ୍ଡି ଥାନା ଆଇଆଇସି ଦିପ୍ତିରଞ୍ଜନ ବେହେରା ଉଭୟଙ୍କ ଏତଲା ଗ୍ରହଣ କରି ଥାନା କେଶ ନମ୍ବର ୪୦୩/୨୨ ଏବଂ ୪୦୪/୨୨ ପ୍ରକାରେ ୨ ଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ