ଦୁଇ ପରିବାର ମଧ୍ୟରେ ସଂଘର୍ଷ ଉଭୟ ପକ୍ଷର ୨ଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିଗପହଣ୍ଡି ବ୍ଳକ ବି. ତୁରୁବୁଡିି ପଞ୍ଚାୟତ ନରେନ୍ଦ୍ରପୁର ଛତ୍ରମନ୍ଦିର ଗ୍ରାମର ଏନ୍.ହନୁ ରେଡ୍ଡୀ ଓରଫ ଏନ୍. ସନ୍ତୋଷ ରେଡ୍ଡୀ ଏବଂ ପି. ଚକ୍ର ରେଡ୍ଡୀ ଦୁଇ ପରିବାର ଲୋକଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ସଂଘର୍ଷ ହୋଇଥିଲା।   ଦିଗପହଣ୍ଡି ପୋଲିସ ଉଭୟ ପକ୍ଷର ସନ୍ତୋଷ ଏବଂ ଚକ୍ରଙ୍କୁ ବୁଧବାର ପୃଥକ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଗତ ପ୍ରାୟ ୨ ମାସ ପୂର୍ବେ ଗାଁ ମଣ୍ଡପରେ ତାସ ଖେଳ ଚାଲିଥିବା ବେଳେ ସନ୍ତୋଷ ଏବଂ ଚକ୍ରପାଣିଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ହୋଇଥିଲା । ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ ଟାରେ ସନ୍ତୋଷ ଘରେ ନଥିବା ବେଳେ ଚକ୍ରଙ୍କ ପୁଅ ପି.ପୂର୍ଣ୍ଣ ରେଡ୍ଡୀ ତାଙ୍କ ଘର ସମ୍ମୁଖରେ ଅଶ୍ଳିଳ ଭାଷାରେ ଗାଳି କରୁଥିଲେ। ସନ୍ତୋଷ ଙ୍କ ସ୍ତ୍ରୀ ବୁଲି ରେଡ୍ଡୀ  ଚକ୍ରଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଅରାଲୁ ରେଡ୍ଡୀ ଏବଂ ଝିଅ ବୁଦ୍ଧେଶ୍ୱରୀ ରେଡ୍ଡୀଙ୍କୁ ଜଣାଇବା ପରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ସନ୍ତୋଷ ସନ୍ଧ୍ୟା ପ୍ରାୟ ୭ ଟାରେ ସେଠାରେ ପହଞ୍ଚି ଅରାଲୁ ଙ୍କ ସ୍ବାମୀ ଚକ୍ର ଙ୍କ ମୁଣ୍ଡକୁ ଠେଙ୍ଗା ରେ ନିସ୍ତୁକ ମାଡ଼ ମାରିଥିଲେ। ଚକ୍ର ମଧ୍ୟ ଏକ ଠେଙ୍ଗାରେ ସନ୍ତୋଷ ଙ୍କ ମୁଣ୍ଡ କୁ ପ୍ରହାର କରିବାରୁ ସେ ଆହାତ ହୋଇଥିଲେ।ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ।ପ୍ରାଥମିକ ଚିକିତ୍ସା ପରେ ଉଭୟପକ୍ଷ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ କୁମାର ସିଂ ଏବଂ ଅଜୟ କୁମାର ନାୟକ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।ଆକ୍ରମଣ ପ୍ରତି ଆକ୍ରମଣ ଘଟଣା ରେ ବ୍ୟବହୃତ ୨ଟି ବାଉଁଶ ଠେଙ୍ଗାକୁ ଜବତ କରାଯାଇଛି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ