ଦୁଇ ପିକ୍‌ଅପ୍‌ ସହ ୪୦୦ କେଜି ଗଞ୍ଜେଇ ଓ ଟଙ୍କା ଜବତ, ୫ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା, ଲକ୍‌ଡାଉନର ସୁଯୋଗ ନେଇ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନରେ ଗଞ୍ଜେଇ ଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ ଦୁଇଟି ପିକଅପ୍‌ ଭ୍ୟାନକୁ ଜବତ କରିଛି। ସେଥିରୁ ୪୦୦ କେଜି ଗଞ୍ଜେଇ ଓ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରି ୫ଜଣଙ୍କୁ ଗିରଫ କରାଯାଇଥିବା ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ସେମାନେ ହେଲେ ଆଠଗଡ ତିଗିରିଆ ଅଞ୍ଚଳର ଏମ୍‌ ଡି ଆସବୁଲା, ଓସମାନ ଖାଁ, ଲଖନ ଖାଁ, କାହ୍ନୁ ଚରଣ ବର୍ଦ୍ଧନ ଓ ଶରତ ସାହାଣୀ। ସୂଚନା ପ୍ରକାରେ ଫିରିଙ୍ଗିଆ ଅଞ୍ଚଳରୁ ଦୁଇଟି ପିକଅପ୍‌ ଭ୍ୟାନରେ ତଳେ ଗଞ୍ଜେଇ ବସ୍ତା ଓ ତା’ଉପରେ ବାଇଗଣ ବସ୍ତା ରଖି ତିଗିରିଆ ଆଠଗଡର ୫ ଜଣ ଗ୍ରାମ ଅଭିମୁଖେ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଚକାପାଦ ପୋଲିସ ସେମାନଙ୍କୁ ରୂପାଗାଁ ଠାରୁ ପିଛା କରିଥିଲା। ପୋଲିସ ଗାଡିକୁ ଦେଖି ସେମାନେ ଦ୍ରୁତଗତିରେ ପଳାଉଥିବାବେଳେ ଚକାପାଦ ବଙ୍ଗଳା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଗୋଟିଏ ଭ୍ୟାନ୍‌ ପିଟିହୋଇ ରାସ୍ତା ତଳକୁ ଖସି ପଡିଥିଲା। ଚକାପାଦ ପୋଲିସ ପହଂଚି ଗାଡି ଦୁଇଟିକୁ ଜବତ କରିବା ସହିତ ଯାଞ୍ଚବେଳେ ସେଥିରୁ ୪୦୦ କେଜି ଗଞ୍ଜେଇ ଓ ଅଢେଇ ଲକ୍ଷ ଟଙ୍କା ଜବତ କରିଥିଲା। ଗାଡିରେ ଥିବା ୫ ଜଣକୁ ଗିରଫ କରି ଚକାପାଦ ଥାନାରେ ନଂ.୧୮/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନା ଅଧିକାରୀ ତରୁଣ ତପନ ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ