ଦୁଇ ପୁଅଙ୍କ ହାତରେ ହାତକଡ଼ି ଦେଖି ପ୍ରାଣ ହରାଇଲେ ଦମ୍ପତି

ହାଇଦ୍ରାବାଦ : ଦୁଇ ପୁଅଙ୍କୁ ଗିରଫ କରାଯିବା ପରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି ପିତା ମାତା । ତେଲେଙ୍ଗାନାର ଭାଁସିଆ ସହରରେ ସଙ୍ଗଠିତ ସିଏଏ ଆନ୍ଦୋଳନରେ ଦମ୍ପତ୍ତିଙ୍କ ଦୁଇ ପୁଅଙ୍କୁ ଗିରଫ କରାଯାଇଥିଲା । ଗୁରୁବାର ୭୩ ବର୍ଷୀୟ ଦମ୍ପତ୍ତି ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ୭୩ ବର୍ଷୀୟ ଅବ୍‌ଦୁଲ୍‌ ଆହାଡ ବନାରସୀ ପ୍ରଥମେ ପ୍ରାଣ ହରାଇଥିବା ବେଳେ ତାଙ୍କ ପତ୍ନୀ ଅହମଦୀ ବେଗମ୍‌(୬୫) ମଧ୍ୟ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ କାରଣରୁ ଉଭୟଙ୍କ ଦୁଇ ପୁଅ ଅବ୍‌ଦୁଲ୍‌ କାଶିଫ୍‌(୨୪) ଏବଂ ଅବ୍‌ଦୁଲ୍‌ ଆସିଫ୍‌(୨୧)ଙ୍କୁ ଜାନୁୟାରୀ ୧୩ ତାରିଖରେ ଗିରଫ କରାଯାଇଥିଲା । ଉଭୟଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିବା ବେଳେ ହାତକଡିରେ ଦେଖି ପିତାମାତା ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ