ଦୁଇ ପୁରୁଖା କଂଗ୍ରେସ ପରିବାର ବିଜେଡିରେ ସାମିଲ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ ଠାରେ ଆଜି ଦୁଇ ପୁରୁଖା କଂଗ୍ରେସ ପରିବାର ବିଜେଡିରେ ସାମିଲ ହୋଇଛନ୍ତି । ପଂଚାୟତ ବିଜେଡି ସଭାପତି ଦୟାନିଧି ପଣ୍ଡାଙ୍କ ଉପସ୍ଥିତିରେ ପନଖା ଗ୍ରାମର ଅଜିତ କୁମାର ଚନ୍ଦ ଓ ସଞ୍ଜୁ ଚନ୍ଦଙ୍କ ଦୁଇ ପରିବାର କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ । ବରିଷ୍ଠ ବିଜେଡି ନେତା ଦୁର୍ଯ୍ୟୋଧନ ପାତ୍ର ଓ ରାଜେନ୍ଦ୍ର ଖଣ୍ଡାଇ ଦଳୀୟ ଉତ୍ତରୀୟ ଦେଇ ନୂତନ କର୍ମୀଙ୍କୁ ସ୍ୱାଗତ କରିଥିଲେ । ଏଥିରେ ଗୌତମ ନାୟକ, ଉତ୍ତମ ନାୟକ, ନାରାୟଣ ରାଉତ, ଗଣେଶ ଦାସ, ରାଧାକାନ୍ତ ଦାସ, ଅଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।