ଦୁଇ ପ୍ରାଥମିକ ଶିକ୍ଷକଙ୍କ ଅବସର ଗ୍ରହଣ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ନୂତନ ବର୍ଷର ପ୍ରଥମ ମାସରେ ବୁଗୁଡା ବ୍ଲକର ଦୁଇ ଜଣ ପ୍ରାଥମିକ ଶିକ୍ଷକ ଜାନୁଆରୀ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିବା ଜଣାପଡ଼ିଛି । ଅବସର ଗ୍ରହଣ କରିଥିବା ଦୁଇଜଣ ସହକାରୀ ଶିକ୍ଷକ ହେଲେ ସହକାରୀ ଶିକ୍ଷକ ତଥା ରାମଣ୍ଡା କ୍ଲଷ୍ଟର ସିଆରସିସି ରାଜକିଶୋର ଦାଶ, ଓ ପ୍ରତାପ ଧନଞ୍ଜୟପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମଲୋଚନ ଗୌଡ଼ । ଅବସର ଗ୍ରହଣ କରିଥିବା ଶିକ୍ଷକ ଦ୍ୱୟଙ୍କୁ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ଓ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରୋଭିଜନାଲ ପେନସନ ପେପର ସହ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ, କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକ, ଏମ ଦୁର୍ଗା ପ୍ରସାଦ, ମନୋଜ କୁମାର ମିଶ୍ର, ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ ପଣ୍ଡା , ସିଆରସିସି ବୃନ୍ଦ ଓ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ ।


