ଦୁଇ ବଦାନ୍ୟ ବ୍ୟକ୍ତି ୨୯ ହଜାର ଟଙ୍କା ରାସ୍ତାରେ ପାଇବା ପରେ ପୋଲିସ୍‌ରେ ଜିମା ଦେଲେ

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ସହରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଛକ ନିକଟ ରାସ୍ତାରେ ପଡିଥିବା ୨୯ ହଜାର ଟଙ୍କା ପାଇ ଦୁଇ ଜଣ ବଦାନ୍ୟ ବ୍ୟକ୍ତି ପୋଲିସ୍‌ରେ ଜିମା ଦେଇଛନ୍ତି । ଘଟଣା ସମ୍ପର୍କରେ ଜଣା ପଡିଛି ଯେ, ଏହି ରାସ୍ତା ଦେଇ ପୂର୍ବ ଯୋଡାର ଶିକ୍ଷକ ମୁରଲୀଧର ବେହେରା ଓ ତାଙ୍କ ସାଙ୍ଗ ବିପୁନ ନାଏକ ବାଇକ୍‌ରେ ଷ୍ଟେଟ୍ ବ୍ୟାଙ୍କ ରାସ୍ତାଦେଇ ଯୋଡା ବସ୍‌ଷ୍ଟାଣ୍ଡ ଅଭିମୁଖେ ଯାଉଥିବା ବେଳେ ସେମାନଙ୍କ ଆଗରେ ଆଉ ଜଣେ ବାଇକ୍ ଆରୋହୀ ଦ୍ରୁତ ଗତିରେ ଯାଉଥିଲେ । ଉକ୍ତ ବାଇକ୍ ଆରୋହୀଙ୍କ ପକେଟରୁ ନଗଦ ୨୯ ହଜାର ଟଙ୍କା ଖସି ପଡିଥିଲା । ସେ ଦ୍ରୁତ ଗତିରେ ଚଳାଉଥିବାରୁ ଟଙ୍କା ପଡିବା ନେଇ ଜାଣିପାରିନଥିଲେ ଏବଂ ଦ୍ରୁତ ଗତିରେ ପଳାଇଥିଲେ । ତାଙ୍କ ପଛରେ ଯାଉଥିବା ଶିକ୍ଷକ ମୁରଲୀଧର ଉକ୍ତ ଟଙ୍କାକୁ ଉଠାଇ ଯୋଡା ଥାନାରେ ଜିମା ଦେଇଥିଲେ । ପୋଲିସ ଟଙ୍କା ରଖି ଅନୁସନ୍ଧାନ ଆରମ୍ଭ କରାଯାଇଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ