ଦୁଇ ବନ୍ଧୁଙ୍କ ମଧ୍ୟରେ ସମ୍ପର୍କ

ହାଟଡ଼ିହି :ଦୁଇ ବନ୍ଧୁ ସେମନଙ୍କ ଭିତରେ ସମ୍ପର୍କକୁ ନିବିଡ କରିବା ପାଇଁ ନିଜେ ଲଗାଇଥିବା ବର ଅସ୍ୱସ୍ଥ ଗଛକୁ ପାରମ୍ପରିକ ରିତିନୀତିରେ ବିବାହ କରାଇଛନ୍ତି । ହାଟଡିହି ବ୍ଲକ ଜଳକଳଙ୍ଗ ଗ୍ରାମର ଜୟଦେବ ଚକ୍ର ଓ କୃଷ୍ଣଚନ୍ଦ୍ର ସେଠୀ ଅନେକ ଦିନ ହେଲା ଗ୍ରାମର ବିଭିନ୍ନ ପଡିଆ, ପୋଖରୀ ହୁଡା ଆଦିରେ ଅନେକ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ଲାଗି ପଡିଥିବାବେଳେ ସେମାନେ ଲଗାଇଥିବା ଦୁଇଟି ବର ଅସ୍ୱସ୍ଥ ବୃକ୍ଷକୁ ବିବାହ କରାଇ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି । ଜୟଦେବ ଓ ତାଙ୍କ ପତ୍ନୀ ସସ୍ମିତା କନ୍ୟାର କର୍ତ୍ତା ସାଜିଥିବାବେଳେ କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ତୁଳସୀ ସେଠୀ ବରର କର୍ତ୍ତା ଓ କର୍ତ୍ତୀ ସାଜିଥିଲେ । ବାଜା, ବାଣ, ରୋଷଣୀରେ ସମଗ୍ର ଅଞ୍ଚଳଟି ମୁଖରୀତ ହୋଇ ଉଠିଥିଲା । ପୁରୋହିତ ଦାମୋଦର ତ୍ରିପାଠୀ ବେଦମନ୍ତ୍ରରେ ଏହି ବିବାହ କାର୍ଯ୍ୟ ସମ୍ପାଦାନ କରିଥିବାବେଳେ ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ସମାଜସେବୀ କଳ୍ପତରୁ ସେଠୀ, ବିଜେପି ନେତା ଆଲୋକ ସେଠୀ, ବ୍ଲକର ପିଇଓ ନରହରି ନାୟକ, ଅମୁଲ୍ୟ ପହି,ବୁଦ୍ଧଦେବ ଜେନା, ସୁଦର୍ଶନ ରଣା, କାମପାଳ ନାୟକ, ଗୋପାଳ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିବାହ ଉତ୍ସବରେ ଯୋଗଦେଇଥିଲେ । ଏହି ଅବସରରେ ପାଞ୍ଚଶହରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଭୁରୀଭୋଜନରେ ଆପ୍ୟାୟିତ କରାଯାଇଥିଲା । ଦୁଇ ବନ୍ଧୁ ଦୀର୍ଘ ୧୪ବର୍ଷ ପୁର୍ବେ ଏହି ବର ଅସ୍ୱସ୍ଥ ଗଛ ଦୁଇଟିକୁ ଲଗାଇଥିବାବେଳେ ସେମାନଙ୍କର ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ ଓ ସୁଦୃଢ଼ କରିବା ପାଇଁ ସେମାନଙ୍କର ଏଭଳି ଅଭିନବ ପ୍ରୟାସ ଆଜିର ସମାଜପାଇଁ ନିଶ୍ଚିତ ଭାବେ ଉଦାହରଣ ସୃଷ୍ଟି କରିବ ବୋଲି କହିଛନ୍ତି । ସନ୍ଦିପ ପାତ୍ର ବିଶ୍ୱନାଥ ସାହୁ, ନିରଞ୍ଜନ ପହି, ସୁନିଲ ନାୟକ, ଲିଟୁ ରାଉତ, ରାଜୁ ମାଝୀ, ବିଶ୍ୱଜିତ ନାୟକ, ଆଶିଷ କୁମାର ନାୟକ, ବଙ୍କଜ କୁମାର ସାବତ,ପ୍ରଫୁଲ ଚକ୍ର, ବିଦ୍ୟାଧର ରାଉତ, ପ୍ରଶାନ୍ତ ନାୟକ, ସନ୍ତୋଷ ନାୟକ, ଭଗବାନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ